Home Top News ପଶ୍ଚିମବଙ୍ଗରେ ଲୋକସଭା ପ୍ରବାସର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ : ଭାରତବର୍ଷରେ ଉତ୍ପାଦିତ ସ୍ଥାନୀୟ କୃଷି ସାମଗ୍ରୀକୁ...

ପଶ୍ଚିମବଙ୍ଗରେ ଲୋକସଭା ପ୍ରବାସର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ : ଭାରତବର୍ଷରେ ଉତ୍ପାଦିତ ସ୍ଥାନୀୟ କୃଷି ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବା – ଧର୍ମେନ୍ଦ୍ର ପ୍ରଧାନ

52

– ଗ୍ରାମ ସମୃଦ୍ଧି ଫାଉଣ୍ଡେସନ ଦ୍ୱାରା ଆୟୋଜିତ କନକ୍ଲେଭରେ ଯୋଗଦେଲେ
– ‘ପୂର୍ବୋଦୟ’ ସେମିନାରରେ ପୂର୍ବ ଭାରତର ବିକାଶ କଥା କହିଲେ କେନ୍ଦ୍ରମନ୍ତ୍ରୀ
– ଯାଦବପୁର ଓ ସୋନାରପୁର ଉତ୍ତର ନିର୍ବାଚନମଣ୍ଡଳୀରେ ସାଂଗଠନିକ ବୈଠକରେ ସାମିଲ
– ଦେଶରେ ପ୍ରଧାନମନ୍ତ୍ରୀ ପାଇଁ ପଦବୀ ଖାଲି ନାହିଁ
– ୨୦୨୪ରେ ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶର ଦାୟିତ୍ୱ ଦେବେ
– କାର୍ଯ୍ୟକର୍ତ୍ତାଙ୍କ ଘରେ ମଧ୍ୟାହ୍ଣ ଭୋଜନ କଲେ କେନ୍ଦ୍ରମନ୍ତ୍ରୀ
– ଦକ୍ଷୀଣ ୨୪ ପରଗନା ସ୍ଥିତ ପ୍ରସିଦ୍ଧ ସୀତଲା ମାତା ମନ୍ଦିରରେ ଦର୍ଶନ କଲେ

କୋଲକାତା, ଜାନୁଆରୀ ୧୫ (ଓଡ଼ିଆ ପୁଅ) – ସମଗ୍ର ଭାରତବର୍ଷରେ ଉତ୍ପାଦିତ ହେଉଥିବା ସ୍ଥାନୀୟ କୃଷି ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ପଡିବ ବୋଲି ରବିବାର କୋଲକାତାରେ ଗ୍ରାମ ସମୃଦ୍ଧି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଚାଷୀଙ୍କ ଉନ୍ନତି ସମ୍ପର୍କୀତ ଏକ କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

“ପରିବେଶ ସୁରକ୍ଷା ଏବଂ ଚାଷୀଙ୍କ ଉନ୍ନତି ପାଇଁ ଫଳ ବୃକ୍ଷରୋପଣ” କନକ୍ଲେଭରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମ ଭାରତବର୍ଷରେ ଉତ୍ପାଦିତ ହେଉଥିବା କୃଷିଜାତ ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ସମସ୍ତେ ଉଦ୍ୟମ କରିବା ଦରକାର। ଏହା ଦ୍ୱାରା କୃଷି ଖାଦ୍ୟ ପ୍ରକ୍ରିୟାରଣ ତଥା କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ। ସେହିପରି ଦେଶରେ ଚାଷ କାମକୁ ସରଳ କରିବା ପାଇଁ ଡ୍ରୋନ ପଦ୍ଧତି ସହ ନୂଆ ନୂଆ ଟେକ୍ନୋଲୋଜି ତିଆରି ହୋଇଛି। ତେଣୁ ବର୍ତ୍ତମାନ ସମୟରେ ଚାଷୀଙ୍କ ଆତ୍ମବିଶ୍ୱାସ ବଢାଇବା ଦରକାର।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବା ନେଇ ବୟାନ ନେଇ ଗଣମାଧ୍ୟମ ପ୍ରଶ୍ନରେ ସେ କହିଛନ୍ତି ଗଣତନ୍ତ୍ରରେ ସମସ୍ତେ ନିଜ ନିଜ ମତ ରଖିପାରିବେ। ଦେଶରେ ପ୍ରଧାନମନ୍ତ୍ରୀ ପାଇଁ କୌଣସି ପଦବୀ ଖାଲି ନାହିଁ। ଦେଶର ନାଗରିକମାନେ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆସ୍ଥାପ୍ରକଟ କରିଛନ୍ତି। ଗରିବ, ମହିଳା, ପଛୁଆ, ବଞ୍ଚିତ ବର୍ଗ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଧାନମନ୍ତ୍ରୀର ଦାୟିତ୍ୱ ଦେଇଛନ୍ତି। ୨୦୨୪ରେ ମଧ୍ୟ ଏନଡିଏର ବିଜୟ ହେବ ଏବଂ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶର ଦାୟିତ୍ୱ ଦେବେ, ଏହା ନିଃସନ୍ଦେହ।

ସେହିପରି ପଶ୍ଚିମବଙ୍ଗରେ ଲୋକସଭା ପ୍ରବାସର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପଶ୍ଚିମବଙ୍ଗର ଯାଦବପୁର ଓ ସୋନାରପୁର ଉତ୍ତର ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକର୍ତ୍ତାଙ୍କ ସାଂଗଠନିକ ବୈଠକରେ ଯୋଗ ଦେଇଥିଲେ। ସାଂଗଠନିକ ବୈଠକରେ ଲୋକସଭା ପ୍ରବାସ କମିଟି ସଦସ୍ୟ, ଜିଲ୍ଲା ପ୍ରଭାରୀ, ମୋର୍ଚ୍ଚା ସଭାପତି, ବିଧାନସଭା କ୍ଷେତ୍ରର ପ୍ରଭାରୀ, ଆବାହକ ଏବଂ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହ ବୈଠକରେ ଯୋଗଦେଇଥିଲେ। ଯାଦବପୁର ଲୋକସଭା କ୍ଷେତ୍ରର କାର୍ଯ୍ୟକର୍ତ୍ତା ବିଶ୍ୱଜତ ମଣ୍ଡଳଙ୍କ ଘରେ ମଧ୍ୟାହ୍ଣ ଭୋଜନ କରିଥିଲେ। ‘ପୂର୍ବୋଦୟ’ ସେମିନାରରେ ପୂର୍ବ ଭାରତର ବିକାଶ କଥା କହିଥିଲେ। ଏହାବ୍ୟତିତ ରାଧାନଗର, ଦକ୍ଷୀଣ ୨୪ ପରଗନା ସ୍ଥିତ ପ୍ରସିଦ୍ଧ ସୀତଲା ମାତା ମନ୍ଦିରରେ ମଧ୍ୟ ଶ୍ରୀ ପ୍ରଧାନ ଦର୍ଶନ କରିଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.