Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାର ୯ ଓକିଲଙ୍କୁ ସୁପ୍ରିମକୋର୍ଟର କାରଣ ଦର୍ଶାଅ ନୋଟିସ୍

ଭଦ୍ରକ ଜିଲାର ୯ ଓକିଲଙ୍କୁ ସୁପ୍ରିମକୋର୍ଟର କାରଣ ଦର୍ଶାଅ ନୋଟିସ୍

27

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୧୯ ମସିହାରେ ଓଡ଼ିଶାର ବିଭିନ୍ନ ଅଂଚଳରେ ହାଇକୋର୍ଟ ବ୍ୟାଞ୍ଚ ପ୍ରତିଷ୍ଠା ପାଇଁ ବିଭିନ୍ନ ଜିଲାରେ ଆଇନ୍‌ଜୀବୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ଆନ୍ଦୋଳନକୁ ନେଇ ସୁପ୍ରିମ୍‌କୋର୍ଟ ୧୯୧ ଜଣ ଓକିଲଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏହାମଧ୍ୟରେ ଭଦ୍ରକ ଜିଲାରେ ୯ ଜଣ ଆଇନ୍‌ଜୀବୀ ସାମିଲ ଅଛନ୍ତି। ଏମାନେ ହେଲେ ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲୀପ କୁମାର ମହାପାତ୍ର। ତେବେ ଦିଲ୍ଲୀପ ମହାପାତ୍ରଙ୍କର ଏହାମଧ୍ୟରେ ଦେହାନ୍ତ ଘଟିଛି। ଅନ୍ୟମାନେ ହେଲେ ଭଦ୍ରକ ଓକିଲ ସଂଘର ସାଧାରଣ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଉପସଭାପତି ଗୋପବନ୍ଧୁ ଦୀକ୍ଷିତ, ଯୁଗ୍ମ ସଂପାଦକ ନିୁକଞ୍ଜକୃଷ୍ଣ ପୁହାଣ, ଯୁଗ୍ମ ସଂପାଦକ ଜିତେନ୍ଦ୍ର କୁମାର ଦାସ, କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର କର, ୩ ଜଣ ସଂଘର କାର୍ଯ୍ୟକାରୀ ସଦସ୍ୟ ସୁଶାନ୍ତ କୁମାର ଜେନା, ଗିରିଜା ଶଙ୍କର ଦାସ, ସଂଜୀବ ମହାପାତ୍ର। ଅଦାଲତଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରି ଆନ୍ଦୋଳନରେ ସାମିଲ ହୋଇଥିବାରୁ କାହିଁକି ଅଦାଲତ ଅବମାନନା ରୁଜୁ ନହେବ, ସେ ସଂକ୍ରାନ୍ତରେ ସଂକ୍ଷିପ୍ତ ଆଇନ୍‌ଜୀବୀମାନେ ଉତ୍ତର ରଖିବେ ବୋଲି ସୁପ୍ରିମକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି।

ବ୍ୟକ୍ତିଗତ ଭାବେ ହେଉ କିମ୍ବା ଆଇନ୍‌ଜୀବୀଙ୍କ ଜରିଆରେ ଆସନ୍ତା ଫେବୃୟାରୀ ୬ ତାରିଖ ଦିନ ୧୦.୩୦ ମିନିଟ୍‌ରେ ସଂପୃକ୍ତ ଓକିଲ ହାଜର ହୋଇ ଜବାବ ରଖିବାକୁ ସୁପ୍ରିମ୍‌କୋର୍ଟ ଡେପୁଟି ରେଜିଷ୍ଟ୍ରାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଆଇନ୍‌ଜୀବୀଙ୍କ ଠିକଣା ମିଳିବ ନାହିଁ, ସେମାନଙ୍କୁ ସଂପୃକ୍ତ ଜିଲାଜଜ୍‌ଙ୍କ ଜରିଆରେ ବ୍ୟକ୍ତିଗତ ଭାବେ ନୋଟିସ୍ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ସୁପ୍ରିମ୍‌କୋର୍ଟ ଅନୁମୋଦନ କରିଛନ୍ତି। ପ୍ରକାଶଯୋଗ୍ୟ ୨୦୧୯ ମସିହାରେ ରାଜ୍ୟର ବିଭିନ୍ନ ଜିଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଆଇନ୍‌ଜୀବୀମାନେ ଆନ୍ଦୋଳନ କରିଥିଲେ। ଏହି ଘଟଣାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ଆଇନ୍‌ଜୀବୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆନ୍ଦୋଳନରେ ସାମିଲ ଥିବା ଆଇନ୍‌ଜୀବୀମାନେ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଜରିଆରେ ଆଉ ଆନ୍ଦୋଳନରେ ସାମିଲ ହେବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ୨୦୨୨ ରେ ପୁନର୍ବାର ଆଇନ୍‌ଜୀବୀ ଆନ୍ଦୋଳନକୁ ଆସିବା ଫଳରେ ସୁପ୍ରିମକୋର୍ଟ ସେହି ପୁରୁଣା ମାମଲାରେ ସଂପୃକ୍ତ ଆଇନ୍‌ଜୀବୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.