Home ଓଡ଼ିଶା ମହିଳା କଂଗ୍ରେସ ପକ୍ଷରୁ ମାଗଣା ଦନ୍ତଚିକିତ୍ସା ଶିବିର ଓ କମ୍ବଳ ବଂଟନ

ମହିଳା କଂଗ୍ରେସ ପକ୍ଷରୁ ମାଗଣା ଦନ୍ତଚିକିତ୍ସା ଶିବିର ଓ କମ୍ବଳ ବଂଟନ

18

ଭୁବନେଶ୍ୱର ୧୩.୧୧ (ଓଡ଼ିଆ ପୁଅ) – ଆଜି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୬୬ ନଂ ୱାର୍ଡରେ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବୈଜୟନ୍ତୀ ରାଣୀ ତ୍ରିପାଠୀଙ୍କ ଦ୍ୱାରା ଏକ ମାଗଣା ଦନ୍ତଚିକିତ୍ସା ଶିବିର ଏବଂ କମ୍ବଳ ବଂଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଠାରେ ୬୬ ନଂ ୱାର୍ଡ଼ ଏବଂ ଆଖପାଖ ଅଂଚଳରର ଗରିବ ଲୋକେ ଦନ୍ତ ଚିକିତ୍ସା କରାଇଥିଲେ। ଭିନ୍ନକ୍ଷମ ଏବଂ ଗରିବ ଲୋକମାନେ ମଧ୍ୟ ଏଠାରୁ କମ୍ବଳ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ତ୍ରିପାଠୀ କହିଥିଲେ ଯେ ବେକାର ଯୁବକ ଯୁବତୀ ମାନଙ୍କୁ ଧନ୍ଦାମୂଳକ ଶିକ୍ଷାର ତାଲିମ ଦିଆଯାଇ କିପରି ସ୍ୱାବଲମ୍ବି କରାଯିବ ସେଥିପାଇଁ ଉଦ୍ୟମ ଜାରି ରହିଛି।

ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଥିଲେ ଯେ କଂଗ୍ରେସ ସର୍ବଦା ସାଧାରଣ ଲୋକଙ୍କ ସହିତ ଅଛି। ଲୋକଙ୍କର ନ୍ୟାର୍ଯ୍ୟଦାବି ପାଇଁ ଲଢ଼େଇ କରୁଛି ଏବଂ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନ ବିରୋଧରେ ଧାରାବାହିକ ସଂଗ୍ରାମ କରୁଛି।

ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହଯୋଗରେ ସେ ରଘୁନାଥ ନଗର ସ୍ଥାପନ କରିବାକୁ ସକ୍ଷମ ହୋଇପାରିଥିଲେ। ଏଠାରେ କଂଗ୍ରେସ ସରକାର ଏଠାରେ ସସ୍ତଙ୍କୁ ସ୍ଥ୍ରାୀ ଯାଗାଦେଇଛି। ମାତ୍ର ନବୀନ ସରକାର ଯେଉଁ ଜାଗାମିଶନ କଥା କହୁଛନ୍ତି ତାହା ଠିକ ଠିକ୍ ଭାବରେ କାର୍ଯ୍ୟକାରୀ ହେଉନି। ଏଠାରେ ସରକାରୀ ଯୋଜନାର ରୂପାୟନରେ ପାତର ଅନ୍ତର କଲେ ଭୟଙ୍କର ଭାବେ ବିରୋଧ କରାଯିବ ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ରଘୁନାଥ ନଗରର ସାଧାରଣ ଜନତାଙ୍କ ପାଇଁ ଆମେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛୁ। ଲୋକଙ୍କ ହୃଦୟରେ ଅଛୁ। ସରକାରୀ ଅପାରଗତା, ଉଦାସୀନତା ଓ ପକ୍ଷପାତିତା ବିରୋଧରେ ଲଢ଼େଇ କରାଯିବ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେଅସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ମହମ୍ମଦ ଗୁଲଫାମ, ସେକ ଅପତାବ ଅଲ୍ଲୀ, ପ୍ରଭାତ ବାରିକ, ନିଆଜୁଲ ଇସଲାମ, ସମିଉଲ ହକ, ମିହିର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.