Home Top News ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ବାଟବଣା କରୁଛି ଓଡ଼ିଶା ସରକାର: ନାଉରି ନାୟକ

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ବାଟବଣା କରୁଛି ଓଡ଼ିଶା ସରକାର: ନାଉରି ନାୟକ

33

“ଚାଲୁଣି କହୁଛି ଛୁଂଚିକୁ ତୋ ଦେହରେ କଣା”
ଭୁବନେଶ୍ୱର, ୧୩/୧୧ (ଓଡ଼ିଆ ପୁଅ) : ଓଡିଶାରେ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରର ବିଫଳତା ଓ ବୀମା କମ୍ପାନୀ ପ୍ରତି ପ୍ରୀତି ଯୋଗୁଁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହେଉଥିବା ବେଳେ କ୍ଷତିଗ୍ରସ୍ତ ଚାଷୀଙ୍କ ରୋଷରୁ ମୁକ୍ତି ପାଇଁ ବିଜେଡି ନେତାମାନେ ଭୁଲ ତଥ୍ୟ ଦେଇ ଅକାରଣରେ କେନ୍ଦ୍ର ସରକାରଙ୍କ ଉପରେ ଦୋଷାରୋପ କରୁଛନ୍ତି ବୋଲି ବିଜେପି ରାଜ୍ୟ ଉପସଭାପତି ତଥା ରେଙ୍ଗାଲୀ ବିଧାୟକ ଶ୍ରୀ ନାଉରୀ ନାୟକ କହିଛନ୍ତି।
ସେମାନେ କହୁଛନ୍ତି ଏଚଡିଏଫସି ଇଜିଆରଓ କମ୍ପାନୀ ସହ କିଏ ଚୁକ୍ତି କରିଛି। ସେ ଯଦି ଚାଷୀଙ୍କ ଉଚିତ ପ୍ରାପ୍ୟ ଦେଉନାହିଁ ତେବେ ତାକୁ କଳା ତାଲିକାଭୁକ୍ତ କରିବେ କି? ରାଜ୍ୟ ସରକାର ଯୋଗ୍ୟ ଚାଷୀଙ୍କ ତାଲିକା ପଂଚାୟତର କ୍ଷତିର ପରିମାଣ ଅନୁଯାୟୀ ପ୍ରାପ୍ୟ ସାର୍ବଜନୀନ କରୁନାହାନ୍ତି କାହିଁକି? କେନ୍ଦ୍ର ସରକାରଙ୍କ ବିଧି ବ୍ୟବସ୍ଥା ଅନୁଯାୟୀ କ୍ଷୟକ୍ଷତିଜନିତ ପ୍ରାପ୍ୟ ଆକଳନ କରି ଅଭିଯୋଗର ନିରାକରଣ ପାଇଁ ରାଜ୍ୟସ୍ତରୀୟ କମିଟି ଗଠନ ନକରିବା ତାଙ୍କର ଅପାରଗତା ନୁହେଁ କି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.