Home ଓଡ଼ିଶା ଅବିକଳ ଅକ୍ଷୟ କୁମାରଙ୍କ ଭଳି ଦେଖାଯାଉଥିବା ଏହି ବ୍ୟକ୍ତି କିଏ

ଅବିକଳ ଅକ୍ଷୟ କୁମାରଙ୍କ ଭଳି ଦେଖାଯାଉଥିବା ଏହି ବ୍ୟକ୍ତି କିଏ

454

ମୁମ୍ବାଇ,୨୯/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଅନୁଷ୍କା ଶର୍ମା,ଆଲିଆ ଭଟ୍ଟ ଏବଂ ପ୍ରିୟଙ୍କାଙ୍କ ପରେ ଏବେ ଆକ୍ଟର ଅକ୍ଷୟ କୁମାରଙ୍କ ଅବିକଳ ଚେହେରା ଥିବା ଜଣେ ବ୍ୟକ୍ତି ବେଶ୍ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ମିର ମାଜିଦ୍ ନାମକ ଏହି କଶ୍ମିରୀ ବ୍ୟକ୍ତିଙ୍କ ଫଟୋ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେଉଛି । ଯାହାଙ୍କର ସମ୍ପର୍ଣ୍ଣ ରୂପ ଏବଂ ଅଙ୍ଗଭଙ୍ଗୀ ଅକ୍ଷୟ କୁମାରଙ୍କ ସହିତ ମ୍ଯାଚ୍ କରୁଛି ।

ଭାଇରାଲ ଫଟୋରେ ମାଜିଦ୍ ଏକ ଗ୍ରେ ସାର୍ଟ ପିନ୍ଧିଛନ୍ତି ଏବଂ ମୁଣ୍ଡରେ ରାଉଣ୍ଡ ଟୋପି ଲଗାଇଛନ୍ତି । ମାଜିଦଙ୍କୁ ଦେଖିଲେ ଏମିତି ଲାଗିବ କି ଅକ୍ଷୟ ନିଜର କୌଣସି ଫିଲ୍ମ ପାଇଁ ଏପରି ଲୁକ୍ ନେଇଛନ୍ତି । ରିପୋର୍ଟ ମୁତାବକ କିନ୍ତୁ ମାଜିଦ୍ ସୁନିଲ୍ ଗ୍ରୋବରଙ୍କ ଫ୍ଯାନ୍ । ମାଜିଦଙ୍କର ଏହି ଫଟୋକୁ ଜଣେ ସାମ୍ବାଦିକ ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରିଥିଲେ । ଯେଉଁଥିରେ ସେ ମାଜିଦଙ୍କ ପାଖରେ ଠିଆ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.