Home ଜିଲ୍ଲା ପରିକ୍ରମା ଧାମନଗରରେ ମେଡିକାଲ ଓ ସ୍କୁଲରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ଧାମନଗରରେ ମେଡିକାଲ ଓ ସ୍କୁଲରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

27

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍ ଅଧୀନସ୍ଥ କଟସାହି ପଂଚାୟତ ଓ ସହୀଦନଗର ଅଂଚଳରେ କେତେକ ଅସାମାଜିକ ଡ୍ରଗ୍ସ ସେବନକାରୀଙ୍କ ଉତ୍ପାତ ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକିଲେଣି । ଏହି ନିଶାଡି ମାନେ ଏକ ଗ୍ୟାଙ୍ଗ ଗଠନ କରି ବିଭିନ୍ନ ସ୍ଥାନରେ ଚୋରି, ଡକାୟତି ମଧ୍ୟ କରୁଛନ୍ତି । ଗତକାଲି ବିଳମ୍ବିତ ରାତିରେ ସହୀଦନଗର ମେଡିକାଲ ଓ ହାଇସ୍କୁଲର ଗେଟ୍ ତାଲା ଭାଙ୍ଗି କେତେକ ଦୃବୁର୍ତ୍ତ ୨ଟି ଇନଭର୍ଟର, ୧ଟି ପାଣି ମୋଟର, ଗୋଟିଏ ଜେନେରେଟର, ପାଣି ଟାଙ୍କି ଓ ୮ଟି ଝରକା ଗ୍ରୀଲ୍‌କୁ ମଧ୍ୟ କାଟି ନେଇଯାଇଛନ୍ତି । ଏଥିସହ ଅନ୍ୟ ୨ଟି ଘରର ତାଲା ଭାଙ୍ଗିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନାହାଁନ୍ତି । ଏହି ଚୋରି ଖବର ପାଇ ଧୁଷୁରୀ ଥାନା ପୁଲିସ୍ ତଦନ୍ତ ପରେ ସନ୍ଦେହରେ ଥାନାରେ ଜଣକୁ ଅଟକ ରଖିଛି । ଚୋରମାନେ କିଛି ସ୍ଥାନରେ ଚାବି ନଭାଙ୍ଗି ନକଲି ଚାବି ବ୍ୟବହାର କରୁଥିବାର ଦେଖାଯାଇଛି । ନିୟମିତ ଭାବେ ଏହିଭଳି ଚୋରି ହେଉଥିବାରୁ ସହୀଦନଗର ବଜାରରେ ଦୋକାନୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି । ପୁଲିସ୍ ଏହି ଗ୍ୟାଙ୍ଗକୁ ତୁରନ୍ତ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.