Home କେନ୍ଦୁଝର ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା , ଅଭିଯୋଗ ପରେବି କାର୍ଯ୍ୟାନୁଷ୍ଠାନ ଶୁନ

ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା , ଅଭିଯୋଗ ପରେବି କାର୍ଯ୍ୟାନୁଷ୍ଠାନ ଶୁନ

43

ହାଟଡ଼ିହି-୮ / ୪, (ଓଡିଆପୁଅ / ବିକାଶ ବିଶ୍ୱାଳ)ଜଣେ ବିବାହିତା ମହିଳାକୁ ଯୌତୁକ ନିର୍ଯ୍ୟାତନା ଦେଇ ଶାଶୁଘର ଲୋକମାନେ ଘରୁ ତଡିଦେବା ଓ ଏନେଇ ମହିଳା ଜଣକ ନ୍ୟାୟ ପାଇବାପାଇଁ ଥାନାର ଦ୍ୱାରସ୍ତ ହୋଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଉ ନଥିବା ନେଇ ମାନସୀ ବୋଇତେଇ ନାମକ ଏହି ମହିଳା ଜଣକ ଅଭିଯୋଗ କରିଛନ୍ତି ।
ମହିଳାଙ୍କ ଅଭିଯୋଗ ଅନୁଯାଇ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧିନସ୍ଥ ତାମ୍ପଳା ଗ୍ରାମର ଯୋଗେନ୍ଦ୍ର ବୋଇତେଇଙ୍କ ଝିଅ ମାନସୀ ଗତ ୨୦୧୬ ମସିହାରେ ଆଖୁଆପଦା ଜଗନ୍ନାଥ ପ୍ରସାଦ ଗ୍ରାମର ବ୍ରଜକିଶୋର ଦାସଙ୍କ ପୁଅ ଦିପକଙ୍କୁ ବୈଦିକ ରିତିରେ ଭଦ୍ରକ ବଙ୍କ ବାସୁଳୀ ମନ୍ଦିରରେ ବିବାହ କରିଥିଲା । ଯୋଗେନ୍ଦ୍ର ଜଣେ ଗରିବ ପରିବାରର ହୋଇଥିବାରୁ ବରପକ୍ଷର ଦାବି ମୁତାବକ ଯୌତୁକ ସାମଗ୍ରୀ ଦେଇପାରି ନଥିଲେ । ବାହାଘରର କିଛିଦିନ ପରେ ଏକ କନ୍ୟା ସନ୍ତାନ ଜନ୍ମଦେବାପରେ ଶାଶୁଘର ଲୋକମାନେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଥିଲେ । ଏପରିକି ବାଧ୍ୟହୋଇ ଦୀପକ ତାକୁ ସାଥିରେନେଇ ବାଙ୍ଗାଲୋର ପଳାଇ ସେଠାରେ ଏକ ଗାରମେଣ୍ଟ କମ୍ପାନୀରେ ମାନସୀକୁ କାର୍ଯ୍ୟରେ ନିୟୋଜିତ କରାଇଥିଲା । ଲକଡାଉନ ସମୟରେ ଦୀପକ ମାନସୀକୁ ସେଠାରେ ଛାଡି ଘରକୁ ପଳାଇ ଆସିଥିଲା । ଏନେଇ ଭଦ୍ରଲୋକଙ୍କ ଉପସ୍ଥିତିରେ ଆଳୋଚନା ପରେ ଦୀପକ ବାଙ୍ଗାଲୋର ଯାଇ ମାନସୀକୁ ଆଣି ଘରେ ରଖିଥିଲା । କିନ୍ତୁ କିଛିଦିନ ପରେ ଶାଶୁଘର ଲୋକେ ନିର୍ଯ୍ୟାତନା ଦେଇ ଯୌତୁକ ଆଣିଲେ ଘରକୁ ଆସିବ ନହେଲେ ନାହିଁ ବୋଲି କହି ତାଙ୍କୁ ଘରୁ ତଡିଦେଇଥିଲେ । ଏପରିକି ତାଙ୍କ ୪ବର୍ଷର ଝିଅଟିକୁ ମଧ୍ୟ ଛଡାଇ ରଖିଥିଲେ । ଏନେଇ ମାନସୀ ଗତ ଫେବୃୟାରୀ ୪ତାରିଖ ଦିନ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇ ନଥିବା ମାନସୀ ଅଭିଯୋଗ କରିଛନ୍ତି । ପୁଲିସ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.