Home କେନ୍ଦୁଝର ଦନେଇପୁର ଗ୍ରାମରେ ହାତୀ ଉତ୍ପାତ,

ଦନେଇପୁର ଗ୍ରାମରେ ହାତୀ ଉତ୍ପାତ,

20

ହାଟଡ଼ିହି, ୮ । ୪ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଗତକାଲି ରାତିରେ ଏକ ଦନ୍ତାହାତୀତ୍ପଦ୍ରବରେ ଲୋକମାନେ ରାତି ଅନିଦ୍ରା ହୋଇଥିବା ଜଣାଯାଇଛି । ହାତୀଟି ଅନେକ ଲୋକଙ୍କ ବାଡିରେପସି ଗଛପତ୍ର ଭାଙ୍ଗି ଦେଇଥିବାବେଳେ ଅନେକ ଲୋକଙ୍କ ପନିପରିବା ଚାଷକୁ ଦଳି ମକଚି ନଷ୍ଟ କରିଦେଇଛି ।ଖବରରୁ ଜଣାଯାିଛି ଯେ ଗତକାଲି ରାତିରେ ଦନ୍ତାହାତୀଟି ଗାଁରେ ପସି ନାରାୟଣ ପ୍ୟଷ୍ଟି, ବନମାଳୀ ସେଠୀ, ସୁରେନ୍ଦ୍ର ଖମାରୀ, କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ବାଡିରେ ପସି ଅନେକ ଗଛପତ୍ର ଭଙ୍ଗା ରୁଜା କରିଥିଲା । ପାଖରେ ଲୋକମାନଙ୍କ ଚାଳଘର ଥିବାରୁ କାଳେ ଭଙ୍ଗା ରୁଜା କରିବ ସେନେଇ ଲୋକମାନେ ନିରବରେ ନିଜ ନିଜ ଘରେ ଲୁଚି ରହିଲେ । ଏପରିକି ଗ୍ରାମବାସୀମାନେ ବନ ବିଭାଗକୁ ଜଣାଇଲେ ମଧ୍ୟ କେହି ପେଟ୍ରୋଲିଂ ପାଇଁ କିମ୍ବା ହତୀଟିକୁ ଘଉଡାଇବାକୁ ଆସିନଥିଲେ । ଫଳରେ ଗାଁ ଲୋକମାନେ ଭୟ ଓ ଆତଙ୍କରେ ରାତିସାରା ଉଜାଗର ହୋଇ ରହିଥିଲେ । ପ୍ରତିବର୍ଷ ଆମ୍ବ ପଣସ ଋତୁ ଆରମ୍ଭ ହୋଇଗଲେ ହଦଗଡ ହସ୍ତୀ ଅଭୟାରଣ୍ୟ ଭିତରୁ ହାତୀମାନେ ସୋସୋ, କାନପୁର, ନିଉଦାନୀ, ଦନେଇପୁର, ବାଲିବରେଇ, ବାଘୁଆ, ନୁଆଗାଁ ଆଦି ଗ୍ରାମମାନଙ୍କୁ ପସିଆସି ଉତ୍ପାତ ଆରମ୍ଭ କରୁଛନ୍ତି । କିନ୍ତୁ ବନବିଭାଗ ପକ୍ଷରୁ ଏନେଇ କୌଣସି ସତର୍କତା ମୁଳକ ପଦକ୍ଷେପ ନିଆଯାଉ ନାହିଁ । ଗତ ଦୁଇବର୍ଷ ଭିତରେ ଏହି ହାତୀ ଆକ୍ରମଣରେ ୪ଜରଙ୍କ ମୃତ୍ୟୁ ଘଟିଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି । ଦନେଇପୁର ଗାଁରେ ସୋଲାର ଲାଇଟର ବ୍ୟବସ୍ଥା ନଥିବାରୁ ଓ ହାତୀ ଆସୁଥିବା ଯୋଗୁଁ ବିଦ୍ୟୁତ ବିଭାଗ ବିଦ୍ୟୁତ କାଟ କରିଦେଉ ଥିବାରୁ ଗାଁ ଲୋକମାନେ ଭୟଭିତ ଅବସ୍ଥାରେ ରହୁଛନ୍ତି । ଏଣୁ ବନ ବିଭାଗ ପକ୍ଷରୁ ପେଟ୍ରେଶଳିଂକୁ କଡାକଡି କରାଯିବା ସହିତ ଦନେଇପୁର ଗାଁରେ ଅଧିକରୁ ଅଧିକ ସୋଲାର ଲାଇଟର ବ୍ୟବସ୍ଥା କରାଇବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.