Home ଓଡ଼ିଶା ପାନୀୟ ଜଳ ପ୍ରକଳ୍ପ ଟାଙ୍କିରୁ ଗଳୁଛି ପାଣି ନିମ୍ନ ମାନର କାମ ଅଭିଯୋଗ

ପାନୀୟ ଜଳ ପ୍ରକଳ୍ପ ଟାଙ୍କିରୁ ଗଳୁଛି ପାଣି ନିମ୍ନ ମାନର କାମ ଅଭିଯୋଗ

244

ନୟାଗଡ/୨୩/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଲୋଧାଚୁଆ ଗ୍ରାମ ପଂଚାୟତ ବଗଲ ଗ୍ରାମ ପାନୀୟ ଜଳ ପ୍ରକଳ୍ପରେ ଥିବା ପାଣି ଟାଙ୍କିରୁ ଜଳ ଯୋଗାଣ ଆରମ୍ଭ ପୁର୍ବରୁ ଟାଙ୍କିରୁ ପାଣି ଗଳୁଥିବା ଅଭିଯୋଗ ହେଉଛି ।  ା ଅଭିଯୋଗ ଅନୁଯାୟୀ ପ୍ରକଳ୍ପ ନିର୍ମାଣ ସରୁ ସରୁ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପୁର୍ବରୁ ଟାଙ୍କିରୁ ପାଣି ଗଳୁଥିବା ଦେଖିବାକୁ ମିଳିଛି । କେତେକ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ପାଣି ଟାଙ୍କି ଓ ନିର୍ମାଣଧିନ ପ୍ରକଳ୍ପ ଗୃହ ନିମ୍ନ ମାନର ହୋଇଥିବା ଯୋଗୁଁ ଏଭଳି ହେଉଛି ।

ଏ ସମ୍ପର୍କେ ପାନୀୟ ଜଳ ବିଭାଗର ରଣପୁର କନିଷ୍ଠ ଯନ୍ତ୍ରୀ ସୁବାଷ ମହାନ୍ତିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ୪୮ଲକ୍ଷ ଟଙ୍କା ବ୍ୟୟ ବରାଦରେ ବଗଲଠାରେ ଜଳ ଅମଳ ପ୍ରକଳ୍ପ କାର୍ଯ୍ୟ ଚାଲୁଅଛି । ଅନେକ ଯାଗାରେ ପ୍ରକଳ୍ପ ଆରମ୍ଭ ହେଲାପରେ ପାଣି ଲୋଡ୍ କରିବା ପରେ କିଛି ଟାଙ୍କିରୁ ପାଣି ଗଳିଥାଏ । ଆପେ ଆପେ କିଛିଦିନ ପରେ ପାଣି ଗଳିବା ବନ୍ଦ ହୋଇଯାଇଥାଏ । ଯଦି କୌଣସି ଯାଗାରେ ପାଣୀ ଗଳିବା ବନ୍ଦ ନ ହୁଏ ତାହେଲେ କାର୍ଯ୍ୟ କରୁଥିବା ଠିକାଦାର ମରାମତି କରିଥାଏ । ଗ୍ରାମବାସୀଙ୍କର ଅଭିଯୋଗ ସମ୍ପର୍କେ ନୟାଗଡ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାଜିବ୍ ପାଣିଗ୍ରାହୀଙ୍କ ସହ ଯୋଗା ଯୋଗ କରିବା ପରେ ଏସ୍‌.ଡି.ଓ ଙ୍କ ମାଧ୍ୟମରେ କାର୍ଯ୍ୟର ସମୀକ୍ଷା କରାଯିବା ବୋଲି କହିଛନ୍ତି । କିନ୍ତୁ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପୁର୍ବରୁ ଟାଙ୍କିରୁ ପାଣି ଗଳିବା ନେଇ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.