Home କେନ୍ଦୁଝର ମହିଳାଙ୍କୁ ମାଡ ଅଭିଯୋଗ, ଥାନାରେ ମାମଲା ରୁଜୁ

ମହିଳାଙ୍କୁ ମାଡ ଅଭିଯୋଗ, ଥାନାରେ ମାମଲା ରୁଜୁ

303

ହାଟଡିହି -୧୭ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ବର୍ଦ୍ଧନପୁର ଗ୍ରାମରେ ଜଣେ ଯୁବକ ସେହି ଗ୍ରାମର ଜଣେ ମହିଳାଙ୍କୁ ମାଡମାରି ଆହତ କରିଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଥାନା କେସନଂ ୧୦୮ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି । ଖବରରୁ ଜଣାଯାଇଛି ଯେ ସେହି ଗ୍ରାମର ପ୍ରୀୟଂଜିତ ରାଉତ ନାମକ ଜଣେ ଯୁବକ ନିଜ ମୋବାଇଲରେ ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କ ଫଟୋ ଉଠାଇ ତାର କରୋନା ହୋଇଛି ବୋଲି ଗାଁରେ ଗୁଜବ କରିଥିଲା । ଏହାକୁନେଇ ସେହି ବ୍ୟକ୍ତି ଜଣକ ପ୍ରୀୟଂଜିତକୁ ପଚାରିବାରେ ଉୟଭଙ୍କ ମଧ୍ୟରେ ଝଗଡା ହୋଇଥିଲା । ସେହି ବ୍ୟକ୍ତିଙ୍କ ସ୍ତ୍ରୀ କବିତା ରାଉତ ଓ ତାର ମା ଯାଇ ଏବାବଦରେ ପାଟି କରିବାରୁ ପ୍ରୀୟଂଜିତ ତାଙ୍କୁ ଧକ୍କା ହାବୁସା ମାରିବା ସହିତ ମାଡ ମାରିବାରୁ କବିତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା । ଏନେଇ କବିତା ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ଏସ.ଆଇ ନରେଶ ଚନ୍ଦ୍ର ଦାସ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.