Home କେନ୍ଦୁଝର ପୁର୍ବ ବିବାଦକୁ ନେଇ ଆକ୍ରମଣ,ଥାନାରେ  ମାମଲା ରୁଜୁକରି ପୁଲିସ ଚୁପ

ପୁର୍ବ ବିବାଦକୁ ନେଇ ଆକ୍ରମଣ,ଥାନାରେ  ମାମଲା ରୁଜୁକରି ପୁଲିସ ଚୁପ

250

ହାଟଡିହି -୧୭ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ସୁଲଣ ଗ୍ରାମରେ ପୁର୍ବ ବିବାଦକୁ ନେଇ ଦୁଇ ଭାଇଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୋଗ ପାଇବାପରେ ୧୦୭ ତା ୧୪/୮/୨୦ରେ ଏକ ମାମଲା ରୁଜୁକରି ଚୁପ ହୋଇ ବସିଯାଇଛି ବୋଲି ଆହତ କାଳନ୍ଦୀ ଚରଣ ମହାରଣା ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ଗତ ୧୪ତାରିଖ ଦିନ ପ୍ରବଳ ବର୍ଷା ହେବାରୁ ଗାଁର କପିଳ ଓଝା, ତାଙ୍କ ପୁଅ ଭ୍ରମର ଓଝା, ମଙ୍ଗଳ ଓଝା, ଟେରା ଓଝା ପ୍ରମୁଖ ଗାଁ ରାସ୍ତାକୁ ବନ୍ଧ ବାନ୍ଧି ପାଣିକୁ ଛାଡି ନଥିଲେ । ଏ ବାବଦରେ କାଳନ୍ଦି ମହାରଣା ପଚାରିବାରୁ ସେ ଉତକ୍ଷିପ୍ତ ହୋଇ ତାଙ୍କୁ ଗାଳି ଗୁଲଜ କରିବା ସହିତ ବିଭିନ୍ନ ପ୍ରକାର ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏହାଦେଖି କାଳନ୍ଦୀଙ୍କ ଭାଇ ଜଗବନ୍ଧୁ ଓ ତାଙ୍କ ପରିବାରର ସ୍ତ୍ରୀ ଲୋକମାନେ ଦଉଡି ଆସିବାରୁ ସେମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛେଇ ନଥିଲେ । କାଳନ୍ଦୀ ଓ ଜଗବନ୍ଧୁ ରକ୍ତ ଯୁଡୁବୁଡୁ ହୋଇ ତଳେ ପଡିଥିବାବେଳେ ଗ୍ରାମବାସୀମାନେ ଦଉଡି ଆସିବାରୁ ସେମାନେ ଜୀବନରେ ମାରିଦେବାର ଧମକ ଚମକ ଦେଇ ଘରକୁ ପଳାଇଥିଲେ । ପରେ ଗ୍ରାମବାସୀଙ୍କ ସହଯୋଗରେ କାଳନ୍ଦୀ ଓ ଜଗବନ୍ଧୁଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଯିବାପରେ ଏ ସମ୍ପର୍କରେ କାଳନ୍ଦୀ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ଦୁଇଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲେ ମଧ୍ୟ ପୁଲିସ କେବଳ ଏକ ମାମଲା ରୁଜୁକରି ଚୁପ ହୋଇ ବସିଯାଇଛି ବୋଲି କାଳନ୍ଦୀ ଅଭିଯୋଗ କରିଛନ୍ତି । ପୁର୍ବରୁ ଅନେକ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଉ ନଥବବାରୁ ସେମାନେ ଖୁଲାମଖୁଲା ଧମକ ଚମକ ଦେଉଥିବା ଜଗବନ୍ଧୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.