Home କେନ୍ଦୁଝର ଦୋକନୀଙ୍କ ଉପରେ ପୁଲିସ ଜୁଲମର ପ୍ରତିବାଦ

ଦୋକନୀଙ୍କ ଉପରେ ପୁଲିସ ଜୁଲମର ପ୍ରତିବାଦ

300

ହାଟଡିହି -୧୭ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କରୋନା କଟକଣା ନେଇ ବ୍ୟବସାୟୀ ମାନଙ୍କୁ ସଚେତନ ନକରାଇ ଦୋକାନ ଖୋଲିବା ଓ ବନ୍ଦ କରିବାର କୌଣସି ସମୟ ନଦେଇ ଜୋରିମାନା ଆଦାୟ କରିବାକୁ ନେଇ ବ୍ୟବସାୟୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖବରରୁ ଜଣାଯାଇଛି ବ୍ୟବସାୟୀମାନେ ସକାଳ ୭ରୁ ସନ୍ଧ୍ୟା ୭ପର୍ଯ୍ୟନ୍ତ ସମସ୍ତ ନୀତି ନିୟମ ମାନି ଦୋକାନ ଖୋଲୁଥିଲେ । ଆଜି ସନ୍ଧ୍ୟା ୫ଟା୩୦ରେ ନନ୍ଦିପଦା ପୁଲିସ ଛେନାପଦି ଛକ ମାର୍କେଟରେ ପହଞ୍ଚି ଦୋକାନ ଖୋଲା କରିଥିବା ବ୍ୟବସାୟୀ ମାନଙ୍କ ଠାରୁ ଜୋରିମାନା ଆଦାୟ କରିଥିଲେ । ମାତ୍ର ଅଗଷ୍ଟ ମାସରେ କେଉଁ ସମୟରେ ଦୋକାନ ଖୋଲା ରହିବ ଓ ଦୋକାନ କେତେବେଳେ ବନ୍ଦ ହେବ ସେନେଇ ପ୍ରଶାସନ ପକ୍ଷରୁ କୌଣସି ସୁଚନା ଦିଆଯାଇ ନଥିଲା । ତେଣୁ ବ୍ୟବସାୟୀ ମାନଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯେଉଁ ବ୍ୟବସାୟୀମାନେ ଏ ସମ୍ପର୍କରେ ଅଭିଯୋଗ କଲେ ପୁଲିସ ତାଙ୍କୁ ନାଲି ଆଖି ଦେଖାଇ ତହସିଲଦାରଙ୍କୁ ଡାକି ଦୋକାନ ସିଲ କରିବାର ଧମକ ଦେଇଥିଲା । ବର୍ତ୍ତମାନ ସମୟରେ ଲକଡାଉନ ଓ ସର୍ଟଡାଉନ ଚାଲିଥିବାରୁ ବ୍ୟବସାୟୀମାନେ ନାନା ସମସ୍ୟାରେ ପଡିଥିବାବେଳେ ତାହାକୁ ଦୃଷ୍ଟି ନଦେଇ ପୁଲିସର ଏପରି ଜୁଲମଦାରୀକୁ ବ୍ୟବସାୟୀମାନେ ନିନ୍ଦା କରିଛନ୍ତି । ଏହାକୁନେଇ ବଜାରରେ ଉତ୍ତେଜନା ପ୍ରକାଶ ପାଇବାରୁ କିଛି ବ୍ୟବସାୟୀ ପୁଲିସକୁ ଦୋକାନ ଖୋଲା ବନ୍ଦ ସମ୍ପର୍କରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦେଖାଇବାକୁ କହିବାରୁ ପୁଲିସ ଘଟଣାସ୍ଥଳରୁ ଛୁ ମାରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.