Home ଜିଲ୍ଲା ପରିକ୍ରମା ମହିଳାଙ୍କୁ ବସ୍‌ଷ୍ଟାଣ୍ଡରେ ପ୍ରସବ କରାଇଲେ ଟ୍ରାଫିକ୍ କନେଷ୍ଟବଳ

ମହିଳାଙ୍କୁ ବସ୍‌ଷ୍ଟାଣ୍ଡରେ ପ୍ରସବ କରାଇଲେ ଟ୍ରାଫିକ୍ କନେଷ୍ଟବଳ

65

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର ଜିଲା ଡୁଙ୍ଗୁରା ଅଂଚଳର ଚକ୍ରଧର ସିଂ ନିଜର ଗର୍ଭବତୀ ପତ୍ନୀ ମାଲେହା ଓ ମା’ ମୁନି ସିଂ କୁ ସାଙ୍ଗରେ ଧରି ଭଦ୍ରକ ଡାକ୍ତରଖାନାକୁ ବସ୍ ଯୋଗେ ଆସିଥିଲେ । ସେଠାରେ ୫ ଦିନ ରହିବା ମଧ୍ୟରେ ତାଙ୍କ ପତ୍ନୀଙ୍କର ଗୋଡହାତ ଫୁଲିଯାଇ ସନ୍ତାନ ଜନ୍ମ ହୋଇନଥିଲା । ଏଥିରୁ ମୁକ୍ତି ପାଇବା ପାଇଁ ସେମାନଙ୍କ ଆଦିବାସୀ ପ୍ରଥାରେ ଥିବା ଆମ୍ବ ପୂଜା ହିଁ ଏକମାତ୍ର ବିକଳ୍ପ ବୋଲି ବୁଝି ସେମାନେ ଉକ୍ତ ପୂଜା କରିବା ପାଇଁ ଗାଁକୁ ଯିବା ପାଇଁ ବନ୍ତଛକ ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ । ମାତ୍ର ଠିକ୍ ସେତିକିବେଳେ ମାଲେହାଙ୍କ ପ୍ରସବ ବେଦନା ଆରମ୍ଭ ହେଲା । ଅପେକ୍ଷା କରିଥିବା ଯାତ୍ରୀମାନେ ପ୍ରସବ ପାଇଁ ଚେଷ୍ଟା କରିବା ସହ ଆମ୍ବୁଲାନ୍ସକୁ ଡାକିଲେ । ମାତ୍ର ଯାତ୍ରୀଙ୍କ ଭିଡ ଦେଖି ଉକ୍ତ ସ୍ଥାନରେ ଡ୍ୟୁଟିରେ ଥିବା ମହିଳା କନେଷ୍ଟବଳ ଜଣକ ଘଟଣାସ୍ଥଳକୁ ଆସି ସ୍ଥାନୀୟ ଅପେକ୍ଷାରତ ମହିଳା ଯାତ୍ରୀଙ୍କ ସହାୟତାରେ ଚାରିକଡେ ଲୁଗା ଭିଡାଇ ଶିଶୁକନ୍ୟାଟିକୁ ପ୍ରସବ କରାଇଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ଏବେ ମହିଳା ଓ ଶିଶୁ ସୁସ୍ଥ ଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.