Home ଜିଲ୍ଲା ପରିକ୍ରମା ବିଧାୟକଙ୍କ ଦ୍ୱାରା ସୌନ୍ଦର୍ଯୀକରଣ ଓ ଫୁଡ୍ କୋର୍ଟର ଶୁଭ ଶିଳାନ୍ୟାସ

ବିଧାୟକଙ୍କ ଦ୍ୱାରା ସୌନ୍ଦର୍ଯୀକରଣ ଓ ଫୁଡ୍ କୋର୍ଟର ଶୁଭ ଶିଳାନ୍ୟାସ

26

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ସୌନ୍ଦର୍ଯୀକରଣ ଓ ସହରବାସୀଙ୍କ ଆମୋଦବିନୋଦ ପାଇଁ ଆଜି ବିଧାୟକ ସଂଜୀବ ମଲ୍ଲିକ ଦୁଇଗୋଟି ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଛନ୍ତି । ପ୍ରଥମେ ସେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସହରକୁ ସରସ ସୁନ୍ଦର କରିବା ଲକ୍ଷ୍ୟରେ ‘ଆଇ ଲଭ୍ ଭଦ୍ରକ ମଡେଲ’ ସହ ସୌନ୍ଦର୍ଯୀକରଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପରେ ସହରର ବାିପାସ ଠାରେ ଏକ ଫୁଡ୍ କୋର୍ଟର ଶିଳାନ୍ୟାସ ମଧ୍ୟ ବିଧାୟକଙ୍କ ଦ୍ୱାରା କରାଯାଇଥିଲା । ବିଶେଷକରି ଭଦ୍ରକ ବାଇପାସରେ ବହୁ ସପିଂ ମଲ୍ ଥିବାରୁ ଏଠାକୁ ପରିବାର ସହ ଆସୁଥିବା ସହରବାସୀ ଆମୋଦ ପ୍ରମୋଦ ସହ ସମୟ କାଟିବା ପାଇଁ ଏହି ଫୁଡ୍ କୋର୍ଟର ଶିଳାନ୍ୟାସ ହୋଇଥିବା ବିଷୟ କହିଛନ୍ତି ବିଧାୟକ ଶ୍ରୀ ମଲ୍ଲିକ । ଏହି ପ୍ରକଳ୍ପର ଶିଳାନ୍ୟାସ କାଳରେ ଅନ୍ୟମାନଙ୍କ ସହ ଜିଲାପାଳ ଡ. ଜ୍ଞାନ ଦାସ, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ, ଭଦ୍ରକ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ, ପୂର୍ବତନ କାଉନ୍‌ସିଲର ପ୍ରଣୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.