Home ଜିଲ୍ଲା ପରିକ୍ରମା ବାଘୁରାଇ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ପାଇଁ ପ୍ରବଳ ଭିଡ, କୋଭିଡ୍ ଗାଇଡ୍‌ଲାଇନ୍‌କୁ ଫୁ ରେ...

ବାଘୁରାଇ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ପାଇଁ ପ୍ରବଳ ଭିଡ, କୋଭିଡ୍ ଗାଇଡ୍‌ଲାଇନ୍‌କୁ ଫୁ ରେ ଉଡାଇଦେଲେ ଜନସାଧାରଣ

21

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ୍ ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲାରେ କରୋନା ଟୀକା ଦିଆଯାଉଛି । ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ଜିଲାର ୫୨ଟି ସ୍ଥାନରେ ଏହି ଟୀକା ଦିଆଯାଉଥିବାବେଳେ ଆଜି ୩୦ଟି ସ୍ଥାନରେ ପ୍ରଦାନ କରାଯାଇଛି । ଆଜିସୁଦ୍ଧା ପ୍ରାୟ ୪ ହଜାର ଭ୍ୟାକ୍ସିନ ଦିଆଯାଇଥିବାବେଳେ ଆସନ୍ତାକାଲି ୧୫ଟି ସେଣ୍ଟରରେ ଏହି ଟୀକା ପ୍ରଦାନ କରାଯିବ । ତେବେ ଆସନ୍ତାକାଲି ପ୍ରାୟ ୧୦ ହଜାର ଟୀକା ପହଞ୍ଚୁଥିବାରୁ ଏହି ଟୀକା ବନ୍ଦ ହେବନାହିଁ ବୋଲି ଜଣାପଡିଛି । ତେବେ ଏହି ଟୀକା ପ୍ରଦାନ କାଳରେ ବହୁ ଜନସାଧାରଣ ସରକାରଙ୍କ କୋଭିଡ୍ ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରୁଥିବାର ଦେଖାଯାଇଛି । ବିଶେଷକରି ଏହି ଟୀକା କେନ୍ଦ୍ରରୁ ଆସିବା ନେଇ ବିଳମ୍ବ ହେଉଥିବାରୁ ଲୋକେ ଏହା ବନ୍ଦ ହୋଇଯିବା ଆଶଙ୍କାରେ ବିଭିନ୍ନ କେନ୍ଦ୍ରରେ ଭିଡ କରୁଥିବାର ପରିଲକ୍ଷିତ ହେଉଛି । ଆଜି ଭଦ୍ରକ ସହରର ବାଘୁରାଇ ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟୀକା ପ୍ରଦାନ କାଳରେ ବହୁ ଲୋକ ଲାଇନ୍ କରି ଅପେକ୍ଷା କରିଥିଲେ ମଧ୍ୟ ଜଣେ ମାତ୍ର ଟୀକା ପ୍ରଦାନକାରୀ ନର୍ସ ତାହା ଦେଉଥିବାରୁ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ବହୁ ଲୋକ ପୂର୍ବଦିନ ଅପରାହ୍ନରେ ଦୀର୍ଘସମୟ ଅପେକ୍ଷା କରି ଫେରିଯାଇଥିବାରୁ ଆଜି ଅତ୍ୟଧିକ ଭିଡ ପରିଲକ୍ଷିତ ହୋଇଥିଲା । ଏପରିକି କିଛି ଲୋକ ସାମାଜିକ ଦୂରତ୍ୱକୁ ନମାନି ଟୀକା ଦିଆଯାଉଥିବା ଗୃହମଧ୍ୟରେ ପ୍ରବେଶ କରିବା ଫଳରେ ଟୀକା ଦେଉଥିବା ନର୍ସ ଜଣକ ନିଜକୁ ଅସହାୟ ମଣିଥିଲେ । ଅନୁରୂପ ଜିଲା ପ୍ରଶାସନ ପକ୍ଷରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନିତ ତାପରୁ ରକ୍ଷା ପାଇବା ପାଇଁ ବୟସ୍କମାନେ ରକ୍ଷା ପାଇବା ପାଇଁ କୌଣସି ବ୍ୟବସ୍ଥା ହୋଇନଥିଲା । ଫଳରେ ବହୁ ବୃଦ୍ଧ-ବୃଦ୍ଧା ପ୍ରବଳ ଖରାରେ ଠିଆ ହୋଇନପାରି ତଳେ ବସୁଥିବାର ଦେଖାଯାଇଥିଲା । ଏଣୁ ଏ ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.