Home ଜିଲ୍ଲା ପରିକ୍ରମା ମହିଳାଙ୍କୁ ଦୃବ୍ୟବହାର ନେଇ ୧୭ଜଣଙ୍କ ନାମରେ ମାମଲା, ୩କୋର୍ଟ ଚାଲାଣ

ମହିଳାଙ୍କୁ ଦୃବ୍ୟବହାର ନେଇ ୧୭ଜଣଙ୍କ ନାମରେ ମାମଲା, ୩କୋର୍ଟ ଚାଲାଣ

47

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ପଧାନୀ ପଞ୍ଚାୟତର ଜନୈକ ମହିଳା ଓ ତାଙ୍କ ଝିଅଙ୍କୁ ସେହି ଗ୍ରାମର କେତେକ ବ୍ୟକ୍ତି ଦୃବ୍ୟବହାର ସମ୍ପର୍କରେ ଧାମନଗର ଥାନାରେ ଅଭିଯୋଗ ପରେ ପୋଲିସ ୧୭ଜଣଙ୍କ ନାମରେ ମାମଲା ରୁଜୁ କରିବା ସହିତ ୩ଜଣଙ୍କୁ କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ ଯେ ପଧାନୀ ଗ୍ରାମର ଅଚ୍ୟୁତାନନ୍ଦ ବେହେରାଙ୍କ ସ୍ତ୍ରୀ ବିଦ୍ୟୁତଲତା ବେହେରା ଗତ ୧୯ତାରିଖ ଦିନ ଘରେ ରୋଷେଇ କରୁଥିବା ସମୟରେ ଉକ୍ତ ଗ୍ରାମର ପରିକ୍ଷିତ ବେହେରା, ମନୋଜ ବେହେରା, ବାମନ ବେହେରା ଏମାନେ ତା’ର ବଡ଼ଝିଅ ନାମରେ ବିଭିନ୍ନ ସମାଲୋଚନା କରୁଥିବା ସହ ଗାଳିଗୁଲଜ କରୁଥିଲେ । ଏନେଇ ବିଦ୍ୟୁତ୍‌ଲତା ପ୍ରତିବାଦ କରିବାରୁ ତାଙ୍କ ଘରେପସି ବିଭିନ୍ନ ମାରଣାସ୍ତ୍ର ଧରି ମାଡ଼ ମାରିବା ସହ ବିଦ୍ୟୁତ୍ ଲତାଙ୍କୁ ଦୌଡ଼ିରେ ବାନ୍ଧି ଅନ୍ୟ ୧୦ଜଣଙ୍କ ସହ ମାଡ଼ ମାରିବା ସହ ତାଙ୍କ ଝିଅଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଏବଂ ଅସଦାଚରଣ ମଧ୍ୟ କରିଥିଲେ ଏବଂ ସାନ ଝିଅକୁ ପରିକ୍ଷିତ ବେହେରା, ମନୋଜ ବେହେରା, ବାମନ ବେହେରା, ଦୌତାରି ବେହେରା ପ୍ରମୁଖ ମିଳି ମାଡ଼ ମାରିବା ସହିତ ସୁନାଚେନ ମଧ୍ୟ ନେଇଛନ୍ତି । ଏନେଇ ବିଦ୍ୟୁତ୍‌ଲତା ଧାମନଗର ଥାନାରେ ଅଭିଯୋଗ କରିବାପରେ ପୋଲିସ କେସ ନଂ ୫୪/୨୧ରେ ଏକ ମାମଲା ରୁଜୁ କରିବା ସହିତ ୧୭ଜଣଙ୍କ ନାମରେ ପୋଲିସ ମାମଲଶ ରୁଜୁ କରିଛି । ସେମାନଙ୍କ ମଧ୍ୟରୁ ଆଜି ଶାନ୍ତିଲତା ବେହେରା(୫୫) ସ୍ୱାମୀ ଚୈତନ୍ୟ, ଶାନ୍ତିଲତା ବେହେରା (୪୮) ସ୍ୱାମୀ ପର୍ଶୁରାମ ଓ ପରିକ୍ଷିତ ବେହେରା(୪୨) ପିତା ବାମନଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କର ଜାମିନ୍ ଦରଖାସ୍ତ ନାଁ ମଞ୍ଜୁର ହେବାରୁ ମାନ୍ୟବର ବିଚାରପତି ଅଭିଯୁକ୍ତ ମାନଙ୍କୁ ୧୪ଦିନପାଇଁ ବିଚାର ବିଭାଗ ହାଜତକୁ ପଠାଇ ଦେଇଛନ୍ତି । ଅପର ପକ୍ଷରେ ପରିକ୍ଷିତ ବେହେରା ଙ୍କ ଅଭିଯୋଗ ମୂଳେ ବିଦ୍ୟୁତ୍‌ଲତା ବେହେରା,ଅନିତା ବେହେରା ଓ ଖୋକନ୍ ବେହେରାଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଏନେଇ କେସନଂ ୫୩/୨୧ରେ ଏକ ମାମଲା ରୁଜୁ କରିଛନ୍ତି । ମୁଦାଲାଙ୍କ ପକ୍ଷରୁ ଆଇନ୍‌ଜୀବୀ ସନ୍ତୋଷ ତ୍ରିପାଠୀ ଜାମିନ ଦରଖାସ୍ତ ଆଗତ କରିଥିବାବେଳେ ଉକ୍ତ କେସର ସରକାରୀ ଓକିଲ ଅମରେନ୍ଦ୍ର ମହାନ୍ତି କେସ୍ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.