Home ଜିଲ୍ଲା ପରିକ୍ରମା ଭଦ୍ରକର ସୁନାମଧନ୍ୟ ଡାକ୍ତର ଅନୀଲ ବେହେରାଙ୍କ ପରଲୋକରେ ଜିଲାବ୍ୟାପୀ ଶୋକ

ଭଦ୍ରକର ସୁନାମଧନ୍ୟ ଡାକ୍ତର ଅନୀଲ ବେହେରାଙ୍କ ପରଲୋକରେ ଜିଲାବ୍ୟାପୀ ଶୋକ

38

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସୁପ୍ରତିଷ୍ଠିତ ଡାକ୍ତର ଅନୀଲ କୁମାର ବେହେରାଙ୍କର ଆଜି ଭୋର୍ ୫ଟା ସମୟରେ ୭୯ ବର୍ଷ ବୟସରେ ପରଲୋକ ଘଟିଛି । ସ୍ୱର୍ଗତଃ ବେହେରା ନିଜର କାର୍ଯ୍ୟକାଳ ମଧ୍ୟରେ ସରକାରୀ ଚାକିରୀରୁ ଅବ୍ୟାହତ ନେଇ ଭଦ୍ରକର ଚାନ୍ଦବାଲି-ବାଇପାସ୍ ସ୍ଥିତ ସାଳନ୍ଦୀ ନଗରରେ ଘରୋଇ ଭାବେ ଲୋକଙ୍କ ସେବା କରିଆସୁଥିଲେ । ଏହି ସେବା କାଳରେ ସେ ବହୁ ଗରିବ ଅସହାୟ ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଉଥିଲେ । ତାଙ୍କର ମୃତ୍ୟୁରେ ଜିଲାବ୍ୟାପୀ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁ ଖବର ପାଇ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ରାଜ୍ୟ ବିଜୁ ଜନତା ଦଳ ଯୁବ ବିଜେଡି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ଖଦି ବୋର୍ଡର ସଦସ୍ୟ ଅଜୟ ନାୟକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର ଦାସ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ପୂର୍ବଜନ ବ୍ଲକ୍ ଅଧ୍ୟକ୍ଷ ମଳୟ ଜେନା, ଜିଲା ବିଜେଡି ସଂପାଦକ ପ୍ରଦୀପ ମଲ୍ଲିକ, ଭାରତୀୟ ଚିକିତ୍ସକ ସଂଘର ସଭାପତି ଡାକ୍ତର ରବୀନ୍ଦ୍ର କୁମାର ନାୟକ, ସଂପାଦକ ହରେକୃଷ୍ଣ ନାୟକ, ଡାକ୍ତର ମୁରଲୀଧର ପାଢୀ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମାଜସେବୀ ସୁଧାକର ରାଉତ, ଭଦ୍ରକ ଜିଲା ଓକିଲ ସଂଘର ସଂପାଦକ ଗଦାଧର ବଳ, ବରିଷ୍ଠ ଆଇନ୍‌ଜୀବୀ ପର୍ଶୁରାମ ଦ୍ୱିବେଦୀ, ସାମ୍ବାଦିକ ନିହାର ଦାସ ଓ ପ୍ରମୋଦ ରାୟ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଶୋକବ୍ୟକ୍ତ କରାଯାଇଛି । ତେବେ ଆଜି ସ୍ୱର୍ଗତଃ ଡାକ୍ତର ବେହେରାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ତାଙ୍କର ଏକମାତ୍ର ପୁତ୍ର ଡାକ୍ତର ସୁବ୍ରତ ବେହେରାଙ୍କ ଦ୍ୱାରା ସଂସ୍କାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.