Home ଜିଲ୍ଲା ପରିକ୍ରମା ମହିଳାଙ୍କୁ ଗଛରେ ବାନ୍ଧି ମାଡ ମାରିବା ଘଟଣା : ଜଣେ ପୁରୁଷ ଓ ୫ ମହିଳା...

ମହିଳାଙ୍କୁ ଗଛରେ ବାନ୍ଧି ମାଡ ମାରିବା ଘଟଣା : ଜଣେ ପୁରୁଷ ଓ ୫ ମହିଳା କୋର୍ଟ ଚାଲାଣ

201

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଅର୍ଥ ନେଣଦେଣ ଜନିତ ପୁରୁଣା ବିବାଦକୁ ନେଇ ଜଣେ ମହିଳାଙ୍କୁ ଏକ ନଡିଆ ଗଛରେ ବାନ୍ଧି ଅର୍ଦ୍ଧ ଉଲଗ୍ନ ପୂର୍ବକ ମାଡ ମାରି ଗୁରୁତର କରିବା ଘଟଣାରେ ଆଜି ଭଦ୍ରକ ସହରାଞ୍ଚଳ ଥାନା ପୁଲିସ୍ ଜଣେ ପୁରୁଷ ଓ ୫ ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଠାରେ ସୂଚନାଯୋଗ୍ୟ ଗତକାଲି ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ୧ ନଂ ୱାର୍ଡ ବରାଳପୋଖରୀ ହନୁମାନ ହାଟସାହିର ରବିନ୍ଦ୍ର ଦଳେଇଙ୍କ ପତ୍ନୀ ମାନସୀଙ୍କୁ ସେହି ଗ୍ରାମର କିଛି ବ୍ୟକ୍ତି ପୁରୁଣା ବିବାଦକୁ ନେଇ ସେ ଘରେ ନଥିବାବେଳେ ଏକ ନଡିଆ ଗଛରେ ବାନ୍ଧି ମରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ତାଙ୍କୁ ବାନ୍ଧିବା ପରେ ଅର୍ଦ୍ଧ ଉଲଗ୍ନ କରି ପ୍ରବଳ ମାଡ ମାରି କ୍ଷତାକ୍ତ କରିଥିଲେ । ପରବର୍ତ୍ତୀ ସମୟରେ ମାନସୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ôଚବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଭଦ୍ରକ ସହରାଞ୍ଚଳ ଥାନାଧିକାରୀ ଚନ୍ଦନ କୁମାର ଘଡେଇଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍‌ଆଇ ଅରବିନ୍ଦ ପାଣିଗ୍ରାହୀ କେଶ୍ ନଂ ୨୪୪/୨୦ ମୂଳେ ଏହି ଗ୍ରାମର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମିନତୀ ସେନାପତି, ପଦ୍ମାବତୀ ସେନାପତି, ମନୋରମା ସେନାପତି, ଶ୍ରଦ୍ଧାଞ୍ଜଳି ସେନାପତି, ସୁନୀତା ସେନାପତି ଓ ପ୍ରଦୀପ ସେନାପତିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗୁରୁତର ମାନସୀ ଏବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.