Home କେନ୍ଦୁଝର ଅଶାକର୍ମୀଙ୍କୁ ମାଡ଼ ଅଭିଯୋଗ

ଅଶାକର୍ମୀଙ୍କୁ ମାଡ଼ ଅଭିଯୋଗ

229

ହାଟଡ଼ିହି-୩/୯  ନନ୍ଦିପଦା ଥାନା ଅଁରା ଗ୍ରାମରେ ଜଣେ ଆଶାକର୍ମୀ ଓ ତାଙ୍କ ସ୍ୱାମୀଙ୍କୁ ମାଡ଼ ମରାଯାଇଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ଗ୍ରାମର ଅଶାକର୍ମୀ ପ୍ରମିଳା ଯେନା ଓ ତାଙ୍କ ସ୍ୱାମୀ ପ୍ରଶାନ୍ତ ଯେନା ଅଙ୍ଗନବାଡ଼ି କର୍ମୀଙ୍କ ଘରକୁ କୋବିଡ଼ ଡିଉଟି କରିବାକୁ ଯାଉଥିବା ସମୟରେ ସେହି ଗ୍ରାମର ବିଜନ ବେହେରା ଓ ଟିକନ ବେହେରା ତାଙ୍କୁ ଧକ୍କା ମାରିବାରୁ ସେମାନେ ସ୍କୁଟି ସହ ତଳେ ପଡିଯିବାରୁ ତାଙ୍କୁ ଗଡେଇ ପଡେଇ ମାରିଥିଲେ। ଏପରିକି ଜାତିଆଣ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ ଅଶାକର୍ମୀ ପ୍ରମିଳା ଯେନା ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.