Home କେନ୍ଦୁଝର ମହିମା କ୍ରିକେଟ କପ୍ ଉଦଯାପିତ ମଲ୍ଲୀପଶି ଚମ୍ପିଆନ

ମହିମା କ୍ରିକେଟ କପ୍ ଉଦଯାପିତ ମଲ୍ଲୀପଶି ଚମ୍ପିଆନ

90

ପାଟଣା ୨୪-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା କେନ୍ଦେଇପଶି ପଞ୍ଚାୟତ ସିଳିଦା ଗ୍ରାମରେ ଚାଲିଥିବା ମହିମା କ୍ରିକେଟ କପ ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ଫାଇନାଲ ମ୍ୟାଚ ମଲ୍ଲୀପଶି ଏବଂ ଗୁଣ୍ଡୁରିପଶି ମଧ୍ୟରେ ହୋଇଥିବା ବେଳେ ମଲ୍ଲୀପଶି ବିଜୟ ହୋଇଥିଲା।

ଏଥିରେ ବିଜେତା ଦଳକୁ ୫୦୦୧ ଓ ରନର୍ସ ଅପ ଦଳକୁ ୩୦୦୧ ଟଙ୍କା ପୁରସ୍କୃତ କରାଯାଇଥିଲା। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦେଇପଶି ସରପଞ୍ଚ ନିତ୍ୟାନନ୍ଦ ମହାପାତ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ୟା ଡ଼ଲି ପାତ୍ର ଏବଂ ରିତା ବାରିକ ଯୋଗଦେଇ ଉଭୟ ଦଳକୁ ପୁରସ୍କୃତ କରିଥିଲେ। କମିଟିର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.