Home ଓଡ଼ିଶା ‘ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ ପ୍ରାପ୍ତ ଓଡିଆ ଛାତ୍ର ୟଶ୍ ମିଶ୍ରଙ୍କୁ ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ

‘ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ ପ୍ରାପ୍ତ ଓଡିଆ ଛାତ୍ର ୟଶ୍ ମିଶ୍ରଙ୍କୁ ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ

133

ୟଶ ଓଡିଶା ପାଇଁ ବୌଦ୍ଧିକ କ୍ଷେତ୍ରରେ ଗୌରବ ଆଣିଛନ୍ତି – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜାନୁଆରୀ ୨୩ (ଓଡ଼ିଆ ପୁଅ) – ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଚଳିତବର୍ଷର ସମ୍ମାନଜନକ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ ଗ୍ରହଣ କରିଥିବା ଓଡିଶାର ଛାତ୍ର ୟଶ୍ ମିଶ୍ରଙ୍କୁ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି।

ଏହି ଅବସରରେ ୟଶ ଓଡିଶା ପାଇଁ ବୌଦ୍ଧିକ କ୍ଷେତ୍ରରେ ଗୌରବ ଆଣିଛନ୍ତି ବୋଲି କହିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଯେ ୟଶଙ୍କ ଉପଲବ୍ଧି ସମ୍ପୂର୍ଣ୍ଣ ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ। ନାଶାରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଭୁବନେଶ୍ୱରର ୟଶ ମିଶ୍ର ଗଣିତ ବିଶାରଦ ରୂପେ ପୁରସ୍କୃତ ହୋଇ ଓଡିଶାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହୋଇଛନ୍ତି।

ଉଲ୍ଲେଖନୀୟ ଯେ, ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୟଶ ମିଶ୍ର ବର୍ତମାନ ପର୍ଯ୍ୟନ୍ତ ଗଣିତ ଓ ବିଜ୍ଞାନ ବିଭାଗରେ ରଚନା, ବକ୍ତୃତା ଭଳି ଅନ୍ୟ ପ୍ରତିଯୋଗୀତାରେ ୪୦୦ଟି ପୁରସ୍କାର ଜିତିସାରିଥିବା ବେଳେ ୨୦୦ଟି ପଦକ ହାସଲ କରିବାରେ ସଫଳ ହୋଇଛନ୍ତି। ସିଙ୍ଗାପୁର ଏସିଆନ୍ ଗଣିତ ଅଲମ୍ପିଆଡରେ ୟଶ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିବାର କୃତିତ୍ୱ ଅର୍ଜନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.