Home ଜଗତସିଂହପୁର ଦାଇଁଲୋ ପଞ୍ଚାୟତରେ ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣ ଜ୍ଞାନଯଜ୍ଞ

ଦାଇଁଲୋ ପଞ୍ଚାୟତରେ ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣ ଜ୍ଞାନଯଜ୍ଞ

305

ତିର୍ତ୍ତୋଲ୨୦/୦୪ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକତି୍ରଂଶ ତମ ଶ୍ରୀ ଶ୍ରୀ ରାମଚରିତ ମାନ୍ସ ନବାହ୍ନ ପାରାୟଣ ଜ୍ଞାନଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ହନୁମାନ ଯୟନ୍ତୀ, ଷୋଡ଼ଶୋପଚାର, ଅଧିବାଦ, ନାମ ସଂକୀର୍ତ୍ତନ, କଳସ ଶୋଭାଯାତ୍ର, ହନୁମାନ ଧ୍ୱଜା ଉତ୍ତୋଳନ, ଶ୍ରୀ ଶ୍ରୀ ରାମଦରବାର ବିଗ୍ରହ ପ୍ରତିଷ୍ଠା, ଘଟସ୍ତାପନ, ପୂଜା ଓ ମାନସ ପାରାୟଣ ସହିତ ବିବିଧ ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏଥିରେ ବ୍ୟାସ ଓ ମୃଣ୍ମୟୀ ପୂଜକ ପଣ୍ଡିତ ରବିନାରାୟଣ ମିଶ୍ର ଓ ମନ୍ଦିର ପୂଜକ ତ୍ରିବିକ୍ରମ ପଣ୍ଡା ପ୍ରମୁଖ ପୂଜା କାର୍ଯ୍ୟଭାର ତୁଲାଇଛନ୍ତି। ପ୍ରତ୍ୟେହ ସନ୍ଧ୍ୟାରେ ଜିଲ୍ଲା ତଥା ଜିଲ୍ଲାବାହରରୁ ବରଣ୍ୟ ପ୍ରବଚକମାନେ ଯୋଗଦେଇ ଶ୍ରୀରାମ ଚରିତ ମାନସ ମହାଗ୍ରନ୍ଥ ପାରାୟଣ ପ୍ରବଚନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରବଚକ ସନ୍ଥ ମନୋହର ଦାସ ମହାରାଜ, ଯୋଗଦେଇ ରାମଜନ୍ମର ସାର୍ଥକତା, ମିଥିଳା ଯାତ୍ର, ଅହଲ୍ୟା ଉଦ୍ଧାର, ଧନୁଭଙ୍ଗ, ପର୍ଶୁରାମ ଭେଟ, ଅଯୋଧ୍ୟାରେ ବିବାହ ଉତ୍ସବ, ବନ ଗମନ, କୈବର୍ତ୍ତ୍ୟ ପ୍ରସଙ୍ଗ ଉପରେ ପ୍ରବଚନ ପ୍ରଦାନ କରିଥିଲେ। ପଣ୍ଡିତ ବ୍ରଜ କିଶୋର ମହାନ୍ତି ଯୋଗଦେଇ ଦଶରଥଙ୍କ ବିୟୋଗ, ଭରତଙ୍କ ଚିତ୍ରକୁଟ ଯାତ୍ରା, ଭରତ ମିଳନ, ସୀତା ଚୋରୀ, ଶବରୀର ନବଧା ଭକ୍ତି, ସୁଗ୍ରୀବା ମିତ୍ରତା, ବାଳୀବଦ୍ଧ ଆଦି ବିଷୟରେ ପ୍ରବଚନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅରୁଣ କୁମାର ଜେନା, ପ୍ରସନ୍ନ କୁମାର କର, ଗଗନ ବିହାରି ମହାପାତ୍ର, ପ୍ରଦୀପ୍ତ କୁମାର କରଶର୍ମା, ଦିବାକର ନନ୍ଦ, ସୁବାସ ଚନ୍ଦ୍ର ଜେନା, ପ୍ରଭାତ ମହାପାତ୍ର, ଧନେଶ୍ୱର ମିଶ୍ର, ଦୁର୍ଯେ୍ୟଧନ ମିଶ୍ର, ରବିନ୍ଦ୍ର ରାଉତ, ବ୍ରଜବନ୍ଧୁ ମିଶ୍ର, କୁଳମଣି ଦାସ, ଅରକ୍ଷିତ ଦାସ, ସୁରେନ୍ଦ୍ର ନାଥ କର, ମନୋ ରଞ୍ଜନ ଦାସ, ସମୀର କୁମାର ଦାସ, ରଞ୍ଜନ ଜେନା, ନାଗମଣି ଦାସ, ବିରଜା କର, ନିହାର ଜେନା, ତ୍ରିବିକ୍ରମ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ। ଏହି ଉତ୍ସବରେ ଦାଇଁଲୋ, କେଶିପୁର, ଦାମୋଦର ପାଟଣା, ଜନର୍ଦ୍ଦନପୁର ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରବଚନ ଶବ୍ରଣ କରିବା ସହିତ ପ୍ରଭୂ ହନୁମାନଙ୍କ ବିଭୂକୃପା ଲାଭ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.