Home ଓଡ଼ିଶା ମହାବୀର ତ୍ରିକେଟ୍ କପ୍ ସେମିଫାଇନାଲ ରେ ବ୍ରଜରାଜପୁର ବିଜୟୀ

ମହାବୀର ତ୍ରିକେଟ୍ କପ୍ ସେମିଫାଇନାଲ ରେ ବ୍ରଜରାଜପୁର ବିଜୟୀ

22

ନୟାଗଡ/୦୩/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଲତାର ମହାବୀର ତ୍ରିକେଟ୍‌  କ୍ଲବ ସେମିଫାଇନାଲ ମ୍ୟାଚ୍ ରଣପୁର ନଡିଆଭଙ୍ଗା ରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସେମିଫାଇନାଲ ମ୍ୟାଚ୍ ଟି ଲୋଧାଚୁଆ ଓ ବ୍ରଜରାଜପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୧୨ ଓଭର ବିଶିଷ୍ଟ ସେମିଫାଇନାଲ ରେ ଲୋଧାଚୁଆ ଦଳ ୮୭ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲେ ।

ତାହାର ପ୍ରତିବାଦ ରେ ବ୍ରଜରାଜପୁର ଦଳ ୪ ଓଭର ରେ ୮୮ ରନ୍ ସଂଗ୍ରହ କରି ୮ ଓଭର ରେ ମ୍ୟାଚ୍ କୁ କବ୍‌ଜା କରି ନେଇଥିଲେ । ଫଳରେ ବ୍ରଜରାଜପୁର ଫାଇନାଲ ରେ ପ୍ରବେଶ କରିଥିବା ଜଣାପଡିଛି । ଏହି ସେମିଫାଇନାଲ ମ୍ୟାଚ୍ ରେ ଅତୀଥି ଭାବେ ରଣପୁର ର ଯୁବ ସମାଜ ସେବୀ ଶକ୍ତି ରାୟ ଓ ବ୍ରଜରାଜପୁର ସମିତି ସଭ୍ୟ ତପନ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ଖେଳ ପରିଚାଳନା କରିଥିଲେ ଚିତ୍ତରଞ୍ଜନ କଳସ ଓ ପି.କେ. ଜଗଦେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.