Home ଓଡ଼ିଶା କୋଭିଡ୍ କଟକଣା କୁ ନେଇ ରଣପୁର ପଞ୍ଚୁଦୋଳ ଶମ୍ଭୁ ମେଳନ

କୋଭିଡ୍ କଟକଣା କୁ ନେଇ ରଣପୁର ପଞ୍ଚୁଦୋଳ ଶମ୍ଭୁ ମେଳନ

18

ନୟାଗଡ/୦୩/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରାଜ ରାଜୁଡା ଅମଳରୁ ନୟାଗଡ ଜିଲ୍ଲା ରଣପୁର ଏକ ଶୈବ କ୍ଷେତ୍ର ଭାବରେ ପରିଚିତ । ରଣପୁର ରାଜ ବଂଶ ପ୍ରତିବର୍ଷ ଦୋଳ ପୁର୍ଣ୍ଣମୀର ପାଞ୍ଚଦିନ ଅର୍ଥାତ ପଞ୍ଚୁଦୋଳ ଦିନ ରାତ୍ରୀ ରେ ରଣପୁର ଗଡଜାତ ଅଂଚଳ ରେ ଥିବା ୧୦୮ ଶମ୍ଭୁ ଙ୍କୁ ନିମନ୍ତ୍ରଣ କରି ଯାତ୍ରା ପାଇଁ ଡକାଇଥାନ୍ତି । ରଣପୁର ଜଗନ୍ନାଥ ମନ୍ଦିର ରୁ ବାଣ ପାରମ୍ପରିକ ପଟୁଆର ସହ ରଣପୁର ରାଜା ଙ୍କ ଦୋଳ ବେଦି ରୁ ଭୋଗ ସମାପନ ପରେ ମହା ଆଡମ୍ବର ରେ ବଡଦାଣ୍ଡ ଅତିକ୍ରମ କରି ପଞ୍ଚୁଦୋଳ ପଡିଆ କୁ ଆସିଥାନ୍ତି । ପଞ୍ଚୁଦୋଳ ପଡିଆ ରେ ରଣପୁର ରାଜା ଙ୍କର ଅଧିଷ୍ଠାତ୍ରୀ ଦେବୀ ମା ମଣିନାଗ ପଞ୍ଚୁଦୋଳ ପଡିଆ ରେ ପିଠାଧିପତି ଭାବରେ ସଂନ୍ଧ୍ୟା ରୁ ଅବସ୍ଥାନ କରିଥାନ୍ତି ।ଏହି ପଞ୍ଚୁଦୋଳ ଯାତ୍ରା ରେ ପଞ୍ଚୁ ମହାଦେବ ଙ୍କୁ ପ୍ରାଧାନ୍ୟ ଦିଆଯାଇଥାଏ ।

ଏହି ପଞ୍ଚୁଦୋଳ ପଟୁଆର ଦେଖିବା ପାଇଁ ପ୍ରତି ବର୍ଷ ହଜାର ହଜାର ଲୋକଙ୍କର ସମାଗମ ହୋଇଥାଏ । ବଡଦାଣ୍ଡ ଉଠା ଦୋକାନୀ ମାନଙ୍କ ବ୍ୟବସାୟ ର କେନ୍ଦ୍ର ବିନ୍ଦୁ ପାଲଟିଥାଏ । କିନ୍ତୁ ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁଁ ବିନା ପଟୁଆର ରେ ବିନା ଦୋକାନ ବଜାର ରେ ଦୋଳ ବିମାନ ରେ ୧୧୧ ଜିୟୁ ଆସି ପଞ୍ଚୁଦୋଳ ପଡିଆ ରେ ସମବେତ ହୋଇଥିଲେ । ସକାଳୁ ସକାଳୁ ଶ୍ରଦ୍ଧାଳୁ ଭକ୍ତ ମାନେ ସାନିଟାଇଜ୍ ହୋଇ ମାସ୍କ ପରିଧାନ କରି ସାମାଜିକ ଦୁରତ୍ୱ ଅବଲମ୍ବନ କରି ଶ୍ରୀ ଜିୟୁ ମାନଙ୍କୁ ଦର୍ଶନ କରିଥିଲେ । ଅପରାହ୍ନରେ ହୋମ ପରେ ଶ୍ରୀ ଜିୟୁ ମାନେ ପୁଣି ରଣପୁର ବଡ ଦାଣ୍ଡରେ ଭୋଗ ଖାଇ ଖାଇ ନିଜ ସ୍ୱସ୍ଥାନ କୁ ଫେରିଥିଲେ । ରଣପୁର  ଦେବୋତ୍ତର ଅଧିକାରୀ ସଂଜୟ କୁମାର ସାମନ୍ତରାୟ ଙ୍କ ନିର୍ଦେଶ ରେ ଦେବୋତ୍ତର ମ୍ୟାନେଜର ରମେଶ କୁମାର ପ୍ରଧାନ ଙ୍କ ପ୍ରତେକ୍ଷ ତତ୍ୱାବଧାନ ରେ ପଞ୍ଚୁଦୋଳ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.