Home Top News ମହାପ୍ରଭୁ ତାଙ୍କ କାର୍ଯ୍ୟ ସେ ନିଜେ କରୁଛନ୍ତି – ବିରୋଧିଙ୍କୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ –...

ମହାପ୍ରଭୁ ତାଙ୍କ କାର୍ଯ୍ୟ ସେ ନିଜେ କରୁଛନ୍ତି – ବିରୋଧିଙ୍କୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ – ପ୍ରଣବ ଦାସ

63

ପୁରୀ ୩-୬ (ଓଡ଼ିଆ ପୁଅ) ବନ୍ଦ ହେବନାହିଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ।ଶ୍ରଦ୍ଧାଳୁଙ୍କ ପାଇଁ କାମ ଚାଲୁ ରହିବ। ଉଭୟ ଆବେଦନକାରୀଙ୍କ ମାମଲା ରଦ୍ଦ କରିବା ସହିତ ଜରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ। ଉଭୟ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି ଉଚ୍ଚତମ ନ୍ୟାୟାଳୟ। ସୁପ୍ରିମକୋର୍ଟଙ୍କ ରାୟ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି 5T ସଚିବ। ଏହା ବ୍ୟତୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ଉପରେ ପ୍ରତିକ୍ରିୟା ରଖିଲେ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ବିଜୟ ହୋଇଛି ଜଗନ୍ନାଥ ମହାପ୍ରଭୁଙ୍କର। ମହାପ୍ରଭୁ ତାଙ୍କ କାର୍ଯ୍ୟ ସେ ନିଜେ କରୁଛନ୍ତି। ମହାପ୍ରଭୁଙ୍କ କାର୍ଯ୍ୟ ଚାଲିଛି ଚାଲୁ ରହିବ। ଚାରିକୋଟି ଓଡ଼ିଆଙ୍କର ବିଜୟ ଓ ଜଗନ୍ନାଥ ଭକ୍ତଙ୍କ ବିଜୟ। ଏଥିପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରଣିପାତ। ସେପଟେ ପ୍ରକଳ୍ପ ହେଉଛି ଜଗନ୍ନାଥଙ୍କର ଓ ଭକ୍ତଙ୍କର। ମହାପ୍ରଭୁଙ୍କ କାର୍ଯ୍ୟ ସେ ହିଁ ନିଜେ କରୁଛନ୍ତି। ତାଙ୍କରି ଇଚ୍ଛାରେ ସୁପ୍ରୀମକୋର୍ଟ ଆଜି ଐତିହାସିକ ରାୟ ଦେଇଛନ୍ତି। ଆଉ ଏହି ବିଜୟ କେବଳ ମହାପ୍ରଭୁଙ୍କ ଆଶୀର୍ବାଦରୁ ହୋଇଛି। ଆଉ ବିରୋଧିଙ୍କୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.