Home Top News ବ୍ରଜରାଜନଗର ଉପନିର୍ବାଚନ : ଭୋଟ ଗଣତି ଆରମ୍ଭ, ବିଜେଡି ଆଗୁଆ

ବ୍ରଜରାଜନଗର ଉପନିର୍ବାଚନ : ଭୋଟ ଗଣତି ଆରମ୍ଭ, ବିଜେଡି ଆଗୁଆ

35

ଝାରସୁଗୁଡ଼ା ୩-୬ (ଓଡ଼ିଆ ପୁଅ) କିଛି ଘଣ୍ଟାପରେ ଆସିବ ବ୍ରଜରାଜନଗର ଉପନିର୍ବାଚନପ ଫଳାଫଳ। ଆରମ୍ଭ ହୋଇଛି ଭୋଟ ଗଣତି। କିଏ ମାରିବ ବାଜି, ଏହା ଉପରେ ରହିଛି ଓଡ଼ିଶାବାସୀଙ୍କ ନଜର।

ପୋଷ୍ଟାଲ ବାଲାଟ ଗଣତି ପରେ ଇଭିଏମ୍ ର ହେବ ଗଣତି। ୨୦ ରାଉଣ୍ଡରେ ହେବ ଗଣତି। ତେବେ ଭୋଟ ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମତଦାନ ହାର ଥିଲା ୭୧.୯୦ ପ୍ରତିଶତ ଥିଲା। ବିଜେଡ଼ି କ୍ରମାଗତ ଭାବରେ ଗତ ୪ଟି ଉପନିର୍ବାଚନ ଜିତିଛି। ଏଥର ବି ସେହି କ୍ରମ ଆଗକୁ ବଢ଼ିବ ନାଁ ଏଥିରେ ବ୍ରେକ ? ଏହା ଉପରେ ସମସ୍ତଙ୍କର ନଜର। ତେବେ ବିଜୟ ଆଶାରେ ସବୁଦଳ।

ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଛି। ୩୫୮୯ ଭୋଟରେ ଆଗୁଆ ଅଛନ୍ତି ବିଜେଡ଼ି ପ୍ରାର୍ଥୀ ଅଳକା ମହାନ୍ତି। ସୂଚନାଯୋଗ୍ୟଯେ, ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୪୭୩୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧୧୪୪ ଖଣ୍ଡ ଭୋଟ୍ ଏବଂ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୧୦୧୪ ଖଣ୍ଡ ଭୋଟ୍ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.