Home ଜିଲ୍ଲା ପରିକ୍ରମା ପୁଣି ଚିହ୍ନଟ ହେଲେ ଆଉ ୨୫ ଆକ୍ରାନ୍ତ, ମୋଟ ସଂଖ୍ୟା ୬୭୭

ପୁଣି ଚିହ୍ନଟ ହେଲେ ଆଉ ୨୫ ଆକ୍ରାନ୍ତ, ମୋଟ ସଂଖ୍ୟା ୬୭୭

94

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାରେ ପୁଣି ନୂଆ ୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୬୭୭ ହୋଇଛି । ଜିଲ୍ଲାରୁ ମୋଟ ୧୯ ହଜାର ୬୨୬ ନମୁନା ପରୀକ୍ଷା ପରେ ଏହି ସଂଖ୍ୟାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ମୋଟ ୫୬୫ଜଣ ସୁସ୍ଥ ହୋଇସାରିଛନ୍ତି । ଯାହା ଫଳରେ ଏବେ ମୋଟ ଆକ୍ଟିଭ କେଶ ୧୧୦ ରହିଛି । ନୁତନ ଭାବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ମାତ୍ର କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨୩ଜଣ ଲୋକାଲ କଣ୍ଟାକ୍ଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ୨ଜଣଙ୍କ ମଧ୍ୟରୁ ଜଣେ ହେଲେ ଭଦ୍ରକ ବ୍ଳକ କୋରକୋରା ଟିଏମ୍‌ସିର ଏବଂ ଆଉ ଜଣେ ହେଲେ ଭଦ୍ରକ ପୌରପାଳିକାର ୭ ନଂ ୱାର୍ଡ ଗବସାହିର, ଯିଏ ମହାରାଷ୍ଟ୍ରରୁ ଫେରି କ୍ୱାରେଣ୍ଟାଇନ ହୋଇଥିଲେ । ଲୋକାଲ କେଶ ଗୁଡିକ ହେଲେ ଚାନ୍ଦବାଲି ବ୍ଳକ ମତୋ ପଞ୍ଚାୟତର ମତୋ ଗ୍ରାମର ୨ଜଣ, କରଞ୍ଜମାଳ ପଞ୍ଚାୟତ କରଞ୍ଜମାଳ ଗ୍ରାମରୁ୨ଜଣ । ସେହିଭଳି ଭଦ୍ରକ ବ୍ଲକ ଗେଲପୁର ପଞ୍ଚାୟତ ସାବିତ୍ରୀନଗର ଗ୍ରାମରୁ ୩ଜଣ, ଅର୍ଣ୍ଣପାଳ ପଞ୍ଚାୟତ ମୁକୁନ୍ଦପୁର ଗ୍ରାମରୁ ଜଣେ, ବ୍ରହ୍ମପୁର ପଞ୍ଚାୟତ ବାରିକ ଛକ କାର୍ମେଲ ସ୍କୁଲ ନିକଟରୁ ଜଣେ, ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଧାମନଗର ବ୍ଲକ ଦଇପୁର ପଞ୍ଚାୟତ ଦଇପୁର ଗ୍ରାମରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ସାଇଁପୋଲ ଗ୍ରାମରୁ ଜଣେ, ସାନଶାସନ କଣ୍ଟାପଡା ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତ ଆମ୍ପୋର ଗ୍ରାମରୁ ଜଣେ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଆପଦା ଗ୍ରାମରୁ ଜଣେ, ରାମକୃଷ୍ଣପୁର ପଞ୍ଚାୟତ ରାମକୃଷ୍ଣପୁର ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ଭଦ୍ରକ ପୌରପାଳିକାରୁ ଚିହ୍ନଟ ହୋଇଛନ୍ତି । ସେମାନେ ହେଲେ ୧୫ ନଂ ୱାର୍ଡ କୁଆଁସ ଗ୍ରାମରୁ ୩ଜଣ, ୫ ନଂ ୱାର୍ଡ କଣ୍ଟାପଡା ଗ୍ରାମରୁ ଜଣେ, ଚରମ୍ପା ଖଣ୍ଡିଆବଜାରରୁ ୨ଜଣ, ୧୮ ନଂ ୱାର୍ଡ ପାଟଣାସାହିରୁ ଜଣେ, ୨୨ ନଂ ୱାର୍ଡ ଛଡାକମହଲା ଗ୍ରାମର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳ ଡ. ଜ୍ଞାନ ଦାସ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ ଓ ବଫରଜୋନ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.