Home Top News ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀ ରେ ପହଁଚିଲା ବଉଳ କାଠ

ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀ ରେ ପହଁଚିଲା ବଉଳ କାଠ

41

ପୁରୀ ୧୨-୬ (ଓଡ଼ିଆ ପୁଅ) ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଁଚିଲା ବଉଳ କାଠ। ମହାପ୍ରଭୁଙ୍କ ପାଇଁ ପ୍ରତିବର୍ଷ ସତ୍ୟବାଦୀ ଅଂଚଳରୁ ବଉଳ ଗଛ ଚିହ୍ନଟ କରାଯାଇ କାଠ ଅଣାଯାଏ। ଚଳିତ ବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟିମ ଯାଇ ଗଛ ଚିହ୍ନଟ କରିବା ପରେ ପୂଜା କରିବା ପରେ ଗଛକୁ କଟାଯାଇଥିଲା। ଆଜି ପରମ୍ପରା ମୁତାବକ ନୂଆ ଲୁଗାରେ କାଠକୁ ଆଚ୍ଛାଦିତ କରି ପୁଜାର୍ଚ୍ଚନା ଓ ସଂର୍କୀତନ କରି ଶୋଭାଯାତ୍ରାରେ ଏକ ଶଗଡ଼ରେ ଶ୍ରୀ କ୍ଷେତ୍ରରେ ଆସି ପହଁଚିଛି। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ଗ୍ରହଣ କରାଯାଇଥିବା ବେଳେ ଏହି ଚଉପଟ ବଉଳ କାଠ ମହାପ୍ରଭୁଙ୍କ ସେନାପଟା ନୀତିରେ ଲାଗିଥାଏ। ଏହାକୁ ପହଣ୍ଡି ସମୟରେ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଲାଗି କରାଯାଇଥାଏ। ଆଜି ଏହି କାଠ ଶ୍ରୀମନ୍ଦିର ସମ୍ମୁଖରେ ପହଂଞ୍ଚିବା ପରେ କାଠକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାଠକୁ ରଖାଯାଇଛି। ଆସନ୍ତା କାଲି ଚମ୍ପକ ଦ୍ଵାଦଶୀ ଓ ଦଇତା ପ୍ରବେଶ ସହ ହେବ ବାହୁଟ କଣ୍ଟ ନୀତି। ଆଉ ତା ପରଦିନ ବଉଳ କାଠକୁ ମପାଚୁପା ପରେ ସେନାପଟା ଲାଗି କରାଯିବ। ସ୍ନାନପୁର୍ଣିମାରେ ପହଣ୍ଡି ପାଇଁ ବଉଳ କାଠକୁ ସେନାପଟା ଭାବେ ବ୍ୟବହାର କରି ଶ୍ରୀଅଙ୍ଗକୁ ସୁରକ୍ଷା ଦିଆଯିବାର ବିଧି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.