Home ଜିଲ୍ଲା ପରିକ୍ରମା ମହାନ୍ ସ୍ୱାଧିନତା ସଂଗ୍ରାମୀ,କନିକା କୃଷକ ଆନ୍ଦୋଳନ ମୁଖ୍ୟ ପୁରୋଧା ଗାନ୍ଧୀବାଦୀ ବିପ୍ଲବୀ ଚକ୍ରଧର ବେହେରାଙ୍କ ୧୨୭ତମ...

ମହାନ୍ ସ୍ୱାଧିନତା ସଂଗ୍ରାମୀ,କନିକା କୃଷକ ଆନ୍ଦୋଳନ ମୁଖ୍ୟ ପୁରୋଧା ଗାନ୍ଧୀବାଦୀ ବିପ୍ଲବୀ ଚକ୍ରଧର ବେହେରାଙ୍କ ୧୨୭ତମ ଜୟନ୍ତି ସମାରୋହ ଜନ୍ମମାଟି ଭଦ୍ରକରେ ପାଳିତ

39

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାନ୍ ସ୍ୱାଧିନତା ସଂଗ୍ରାମୀ, କନିକା କୃଷକ ଆନ୍ଦୋଳନର ମୁଖ୍ୟ ପୁରୋଧା, ସ୍ୱତନ୍ତ୍ର ଉତ୍କଳ “ପୂର୍ବ” ଓ ସ୍ୱାଧିନଭାରତର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ, ଗାନ୍ଦୀବାଦୀ ବିପ୍ଳବୀ ଚକ୍ରଧର ବେହରାଙ୍କ ୧୨୭ତମ ଜୟନ୍ତି ସମାରୋହ ସ୍ଥାନୀୟ ସୂଚନା ଓ ଲୋକସଂର୍ପକ କାର୍ଯ୍ୟାଳୟ ପରିସରରେ କୋଭିଡ୍ ନିୟମାନୁଯାଇ ପାଳିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଭଦ୍ରକ ଜିଲ୍ଲା ବିପ୍ଳବୀ ଚକ୍ରଧର ସ୍ମୃତି ସଂସଦ ଆନୁକୁଲ୍ୟରେ ଯଥାରୀତି ଅନୁଯାୟୀ ବିପ୍ଳବୀ ଚକ୍ରଧରଙ୍କ ତୈଳ ଫଟୋଚିତ୍ରରେ ବିଶିଷ୍ଟ ଅତିଥିମାନେ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ସମାରୋହରେ ଭାରପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିପ୍ଳବୀ ଚକ୍ରଧର କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତ ବର୍ଷରେ କୃଷକମାନଙ୍କ ପ୍ରତି ଏକ ବତୀଘର ସଦୃଶ । ଏଥିରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବାସୁଦେବ ବାରିକ ଏବଂ ସଂଯୋଜନା କରିଥିଲେ ସ୍ମୃତି କମିଟିର ସଂପାଦିକା ତଥା ସମାଜସେବୀ ଶାନ୍ତିଲତା ନାଗ । ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଗାନ୍ଧୀଓଡ଼ିଶା ବାଳାଶ୍ରମର ସଂପାଦକ ଅଶୋକ କୁମାର ଦାସ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ଉପେନ୍ଦ୍ର କୁମାର ବାରିକ । ଅନ୍ୟମାନଙ୍କ ମଧ୍ୟରେ ରୋଟରିଆନ୍ ବିଚିତ୍ରା ନନ୍ଦ ଦାସ, ପ୍ରଦୀପ୍ କୁମାର ପଲାଇ, ବାଳାଶ୍ରମର ଅଧିକ୍ଷକ ହୃଷିକେଶ ମହାନ୍ତି, ଶିକ୍ଷାବିତ୍ ପ୍ରଭାକର ପରିଡ଼ା, ସମାଜସେବୀ ରାଜେନ୍ଦ୍ର କୁମାର ବାରିକ୍‌, ବରିଷ୍ଠ କିରାଣି ତାପସ କୁମାର ନାୟକ ପ୍ରମୁଖ ଯୋଗଦେଇ ବିପ୍ଳବୀ ଚକ୍ରଧରଙ୍କର ସ୍ମୃତି ଚାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.