Home ଜିଲ୍ଲା ପରିକ୍ରମା ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସର ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ

ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସର ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ

18

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ବୃଦ୍ଧି ହେତୁ ପେଟ୍ରୋଲ, ଡ଼ିଜେଲ, ରନ୍ଧନଗ୍ୟାସ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶରେ ଦଳ ପକ୍ଷରୁ ସଚେତନତା ଓ ଗଣଧାରଣା ଅବ୍ୟାହତ ଅଛି । ଏ ନେଇ କିଛିଦିନ ତଳେ ଘଂଟା ଓ ଥାଳି ବଜାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀ ମାନେ ଧାରଣା ଦେଇ ପ୍ରତିବାଦ କରିଥିବାବେଳେ ପର ପର୍ଯ୍ୟାୟରେ ସାଇକେଲ ଶୋଭାଯାତ୍ରା ସହ ଗୋଟିଏ ଦିନ ପେଟ୍ରୋଲ ଡ଼ିଜଲ ନ କିଣିବାକୁ ଜନସାଧାରଣକୁ ଅନୁରୋଧ କରିଥିଲେ । ଆଜି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷା ଓ ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ହେତୁ ପେଟ୍ରୋଲ, ଡ଼ିଜେଲ ଏବଂ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶ ଛୁଆଁ ହୋଇଥିବା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିବା ସହ ସଚେତନ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା । ଧାମନଗର ପେଟ୍ରୋଲ ପମ୍ପ ସମ୍ମୁଖରେ କଂଗ୍ରେସର ନିର୍ବାଚନ ମଣ୍ଡଳି ସ୍ତରୀୟ ନେତା ଡ଼ାକ୍ତର ବିଦ୍ୟାଧର ଯେନାଙ୍କ ନେତୃତ୍ୱରେ ନଗର କଂଗ୍ରେସ ସଭାପତି ପ୍ରସନ୍ନ କୁମାର ଧଳ, ପ୍ରମୋଦ ସ୍ୱାଇଁ, ହୃଦାନନ୍ଦ ସେଠୀ, ପ୍ରମୋଦ ନାୟକ, ଚିନ୍ତାମଣୀ ବାରିକ, ସୁଧିର ଖଟୁଆ, ଆଲୋକ ସ୍ୱାଇଁ, ଅରୁଣ ପରିଡ଼ା, ବିଜୟ ଘଡ଼େଇ, ସେକ୍ ରୌଫଙ୍କ ସମେତ ବହୁ କଂଗ୍ରେସ ସଂଗଠକ ଓ କର୍ମୀ ସଚେତନତା ଏବଂ ଦସ୍ତଖତ ଅଭିଯାନରେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.