Home ଜିଲ୍ଲା ପରିକ୍ରମା ଅପହରଣ ପରେ ହତ୍ୟା ଅଭିଯୋଗ, ସ୍ୱାମୀ ଓ ଶ୍ୱଶୁର ଥାନାରେ ଅଟକ

ଅପହରଣ ପରେ ହତ୍ୟା ଅଭିଯୋଗ, ସ୍ୱାମୀ ଓ ଶ୍ୱଶୁର ଥାନାରେ ଅଟକ

43

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଜାଗୁଳା ଗ୍ରାମର ଅଜୟ ଲେଙ୍କାଙ୍କ ପୁତ୍ର ସୁରେଶ (ଗୁନିଆ) ଧାମରା ଗ୍ରାମର କରବୀର ମାଝୀଙ୍କ ଝିଅ ସୀମା (୧୪) ଙ୍କୁ ନେଇ ଫେରାର ହୋଇଯାଇଥିଲା । ସେତେବେଳେ ସୀମା ନବମ ଶ୍ରେଣୀରେ ପାଠ ପଢୁଥିଲା । ଫେରାର ହୋଇଯିବାର ଜାଣିବା ପରେ ସୀମାଙ୍କ ପିତା ଧାମରା ଥାନାରେ ସୁରେଶ (ଗୁନିଆ) ନାମରେ ଏକ ଅପହରଣ ମାମଲା ରୁଜୁ କରିଥିଲେ । କିଛିଦିନ ପରେ ଧାମରା ପୁଲିସ୍ କେଶ୍ ନଂ ୩୮/୨୧ ମୂଳେ ସୁରେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ଝିଅର ବୟସ ୧୮ ବର୍ଷ ହେବା ପରେ ପୁଅ-ଝିଅ ବିବାହ କରିପାରିବେ । କିନ୍ତୁ ସୁରେଶ କୋର୍ଟର ନିର୍ଦ୍ଦେଶ ଅବମାନନା କରି ବଳପୂର୍ବକ ତାକୁ ନେଇ ୩/୪ ମାସ ପାଖରେ ରଖିବା ପରେ ହତ୍ୟା ଅଭିଯୋଗ ଆଣିଛନ୍ତି କନ୍ୟା ପିତା କରବୀର । କରବୀରଙ୍କ ଅଭିଯୋଗ ମୂଳେ ତାଙ୍କ କନ୍ୟାଙ୍କୁ ଶ୍ୱଶୁରଘର ଲୋକେ ଅନେକ ନିର୍ଯ୍ୟାତନା ଦେଉଥିଲେ । ଏପରିକି ତାକୁ ବାପଘରୁ ସୁନାଚେନ୍‌, ମୁଦି, ନଗଦ ଅର୍ଥ ଓ ଯୌତୁକ ବାବଦ ଆସବାବ ପତ୍ର ଆଣିବା ପାଇଁ ବାଧ୍ୟ କରାଯାଉଥିଲା । ତେବେ ସୀମା ଏ ବିଷୟରେ ନିଜ ପିତା-ମାତାଙ୍କୁ ଜଣାଇଥିଲେ ମଧ୍ୟ ଅଭାବ ଯୋଗୁଁ ସେମାନେ ଯୌତୁକ ଦେବାରେ ଅସମର୍ଥ ହୋଇଥିଲେ । ମାତ୍ର କରବୀର ଝିଅର ଶ୍ୱଶୁରଘର ଲୋକଙ୍କୁ ଉକ୍ତ ଯୌତୁକ ପୂରଣ କରିବା ନେଇ କିଛି ସମୟ ମାଗିଥିଲେ ମଧ୍ୟ ସେମାନେ ତାହାକୁ ଅଗ୍ରାହ୍ୟ କରିଦେଇଥିଲେ । ଇତିମଧ୍ୟରେ ଗତ ୧୪ ତାରିଖ ବୁଧୁବାର ଦିନ ସୀମାର ମୁହଁକୁ ତକିଆରେ ମାଡି ହତ୍ୟା କରିବା ପରେ ଫ୍ୟାନ୍‌ରେ ଟାଙ୍ଗି ଆତ୍ମହତ୍ୟାର ରୂପ ଦେଇଥିବା ବିଷୟ କନ୍ୟା ପିତା ଧାମରା ମେରାଇନ୍ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ କେଶ୍ ନଂ ୧୫/୨୧ ମୂଳେ ସ୍ୱାମୀ ସୁରେଶ ଓ ଶ୍ୱଶୁର ଅଜୟଙ୍କୁ ଗିରଫ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏ ସଂପର୍କରେ ଚାନ୍ଦବାଲି ଏସ୍‌ଡିପିଓଙ୍କୁ ପଚାରିବାରୁ ‘ତଦନ୍ତ ଚାଲିଛି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.