Home ଜିଲ୍ଲା ପରିକ୍ରମା ମହାନ୍ତିପଡ଼ା ବାଇମୁଣ୍ଡି ଥିଲେ ଜଗନ୍ନାଥ ପରିଡ଼ା

ମହାନ୍ତିପଡ଼ା ବାଇମୁଣ୍ଡି ଥିଲେ ଜଗନ୍ନାଥ ପରିଡ଼ା

118

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆଗରପଡ଼ା ଅଂଚଳର ବିଶିଷ୍ଟ ସମାଜସେବୀ ଜଗନ୍ନାଥ ପରିଡ଼ାଙ୍କ ବିୟୋଗରେ ଏକାଦଶ ଉପଲକ୍ଷେ ତାଙ୍କ ବାସଭବନ ମହାନ୍ତିପଡ଼ା ଠାରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗ ଦେଇ ସ୍ୱର୍ଗତ ପରିଡ଼ାଙ୍କୁ ମହାନ୍ତିପଡ଼ାର ବାଇମୁଣ୍ଡି ବୋଲି ଅଭିହିତ କରି ସ୍ମୃତିଚାରଣ କରିବା ସହ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସ୍ୱର୍ଗତ ପରିଡ଼ାଙ୍କ ସୁପୁତ୍ର ଉଦୟ ଶଙ୍କର ଓ ବୋହୂ ନମିତାଙ୍କ ସଂଯୋଜନା ଓ ଇଂ ମଦୂସୂଦନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା, ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ପିଏସଓ ଶଶୀକାନ୍ତ ବେହେରା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ସମ ହସ୍ପିଟାଲର ଡ଼ା ଅଭୟ ସାହୁ, ଡ଼ା ରଂଜିତ ଖଟୁଆ, ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନ ସଭାପତି ଉପେନ୍ଦ୍ର ବାରିକ, ସିଏ ବିଚିତ୍ରାନନ୍ଦ ଦାସ ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜ, ଯୁବ ନେତା ତପନ ସିଂହ, ନିର୍ମଳ ନାୟକ, ଜିଲ୍ଲାପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ପ୍ରଦୀପ ବୋଇତ, ଅବସରପ୍ରାପ୍ତ କୃଷି ଅଧିକାରୀ ଆନନ୍ଦ ପରିଡ଼ା, ବରିଷ୍ଠ ନାଗରୀକ ରାମଚନ୍ଦ୍ର ନାୟକ, ଶିକ୍ଷାବିତ ତଥା କନ୍ୟା ଲିଲି,ଜଲି, ମିଲି ଓ ସେଲି ପରିଡ଼ା, ଶିକ୍ଷାବିତ ପ୍ରଭାସ ବେଜ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ “ଶାଶ୍ୱତ ପଥିକ” ସ୍ମରଣୀକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପ୍ରାରମ୍ଭରେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପୂର୍ବକ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.