Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ -ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ

ଭଣ୍ଡାରିପୋଖରୀ -ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ

90

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନେରଡା ଗ୍ରାମର ଯଟୋଟିକିରି କ୍ରିକେଟ କ୍ଲବ ଆନୁକୂଲ୍ୟରେ ବୈତରଣୀ କ୍ରିକେଟ ପଡିଆରେ ଆଜି ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସିଆରପିଏଫ ଓ ଯାଜପୁରରୋଡ ଜେନିଥ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ସିଆରପିଏଫ ଟସ ଜିଣି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଜେନିଥ ଏକାଡେମୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ୭ ଉଇକେଟ ବିନିମୟରେ ୧୫୩ ସ୍କୋର କରିଥିଲା । ଦଳର ବ୍ୟାଟ୍ସମ୍ୟାନ ସୌମ୍ୟ ମୁଦୁଲି ୪୫ ରନ ଓ ଅଙ୍କିତ ନାୟକ ୨୧ ରନ ସ୍କୋର କରିଥିଲେ । ବିପକ୍ଷ ଦଳର ବୋଲର ଅନୁପମ ୫ ଓଭର ବୋଲିଂ କରି ୧୯ ରନ ଦେଇ ୪ ଉଇକେଟ ହାସଲ କରଥିଲେ । ଜବାବରେ ସିଆରପିଏଫ ଦଳ ମାତ୍ର ୧୫ ଓଭରରେ ୬ ଉଇକେଟ ହରାଇ ୧୫୬ ରନ କରି ବିଜୟୀ ହୋଇଥିଲେ । ଦଳର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକାନ୍ତ ୪୦ ଓ ଦେବାଶିଷ ରଥ ୨୦ ରନ ସ୍କୋର କରିଥିଲେ । ବିପକ୍ଷ ଦଳର ଗୁଡ୍ଡି ସାଇସୂର୍ଯ୍ୟ ୪ ଓଭର ବୋଲିଂ କରି ୪୭ ରନ ବିନିମୟରେ ୨ ଉଇକେଟ ହାସଲ କରିଥିଲେ । ସିଆରପିଏଫ ଦଳର ଖେଳାଳି ଅନୁପମ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ମ୍ୟାଚର ଅମ୍ପାୟାର ଦୁର୍ଗାପ୍ରସନ୍ନ ପଟ୍ଟନାୟକ ଓ ସିମନ୍ତଶେଖର ରଥ; ସ୍କୋରର ମାନସ ନନ୍ଦ ଓ ସଚ୍ଚିନ ରଥ ଏବଂ ମ୍ୟାଚ ରେଫରୀ ମାନସ ରଞ୍ଜନ ପଣ୍ଡା ଥିଲେ । ପ୍ରତ୍ୟୁଷ ସାହୁ ଓ ପ୍ରଦୀପ ଜେନା ଧାରାବିବରଣୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.