Home ଜିଲ୍ଲା ପରିକ୍ରମା ସ୍ୱାଧିନତା ସଂଗ୍ରାମୀଙ୍କ ପରଲୋକ

ସ୍ୱାଧିନତା ସଂଗ୍ରାମୀଙ୍କ ପରଲୋକ

53

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଦକ୍ଷିଣବାଡ ପଞ୍ଚାୟତ ତୁରତ ଗ୍ରାମର ସ୍ୱାଧିନତା ସଂଗ୍ରାମୀ ଗଙ୍ଗାଧର ଦାଶଙ୍କ ପରଲୋକ ହୋଇଯାଇଛି । ମତ୍ୟୁବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ବୋହୂ, ନାତିନାତୁଣୀ ଉପସ୍ଥିତ ଥିଲେ । ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା । ବଡପୁଅ ରମେଶ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ଦାଶ ୧୯୪୨ ମସିହା ‘ଭଣ୍ଡାରିପୋଖରୀ ଥାନାପୋଡି’ରେ ଅଂଶଗ୍ରହଣ କରିଥିଲେ । ସେ ରାଜ୍ୟ ସରକାରଙ୍କ ଦ୍ୱାରା ଅଣବନ୍ଦୀ ସ୍ୱାଧିନତା ସଂଗ୍ରାମୀ ଭାବେ ପଞ୍ଜିକୃତ ହୋଇଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଶୋକ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.