Home ଓଡ଼ିଶା ମହାନଦୀ ନିକଟରୁ ପ୍ରଧାନଶିକ୍ଷକଙ୍କ ମୃତ ଦେହ ଉଦ୍ଧାର

ମହାନଦୀ ନିକଟରୁ ପ୍ରଧାନଶିକ୍ଷକଙ୍କ ମୃତ ଦେହ ଉଦ୍ଧାର

183

କଟକ,୦୫/୧୧,(ଓଡ଼ିଆ ପୁଅ ପି ନାୟକ):କଟକ ଜିଲ୍ଲା ବାଙ୍କୀ ଥାନା ଖମାରଙ୍ଗ ଗାଁ ନିକଟସ୍ଥ ମହାନଦୀ ପଠାରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ସେହି ମୃତକ ଜଣକ ବାଙ୍କୀର ସାହାଡ଼ାପଦ ଗାଁର ନିମାଇଁ ଚରଣ ମହାପାତ୍ର । ସେ ସିଂହନାଥପୁର ଇଉଜିଏମ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ସୂଚନା ଅନୁସାରେ, ନିମାଇଁ ଗତ ତିନିଦିନ ତଳେ ନିଖୋଜ ହୋଇଯାଇଥିଲେ । ଏନେଇ ତାଙ୍କ ପରିବାର ଲୋକେ ଗତକାଲି ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ । ଆଉ ଆଜି ସକାଳେ ପ୍ରଧାନଶିକ୍ଷକଙ୍କ ଗଳିତ ମୃତଦେହ ମହାନଦୀ ପଠାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.