Home କୋରାପୁଟ ମହମ୍ମଦ ଜୟନ୍ତି ପାଳିତ

ମହମ୍ମଦ ଜୟନ୍ତି ପାଳିତ

88

କୋରାପୁଟ;ତା୨୧-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସହରରେ ବସବାସ କରୁଥିବା ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ମହା ଆଡମ୍ବର ସହକାରେ ମହମ୍ମଦ ଜୟନ୍ତି ବା ମିଲାଦ୍-ଉଲ୍-ଲାବି ପାଳନ କରିଛନ୍ତି । ସୁନି ସମ୍ପ୍ରଦାୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସହରର ଶତାଧିକ ଲୋକ ସାମିଲ ହୋଇଥିଲେ । ଶିଶୁ ଓ ଯୁବକ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ମସଜିଦରୁ ବାହାରି ପୋଷ୍ଟ ଅଫିସ୍ ରୋଡ,ଜୟପୁର ରୋଡ୍,ବସଷ୍ଟାଣ୍ଡ୍,ସିଟିକେଫ୍ ଛକ,ଅମଲା କୁଟୀର ରୋଡ୍ ଦେଇ ସହର ପରିକ୍ରମା କରିବା ପରେ ସ୍ଥାନୀୟ ଇଦଘାରେ ପହଂଚିବା ପରେ ନମାଜ ପାଠ କରା ଯାଇଥିଲା । ସୁନି ମୁସଲିମ୍ ଏସୋସିଏସନ ସଭାପତି ଏସକେ.ରୋଶନ୍,ଉପ-ସଭାପତି ଏସକେ.ଅଲ୍ଲୀ ଓ ସମ୍ପାଦକ ଏସକେ.ମଦୀନା,ଯୁବ ସଭାପତି ଏସକେ ଆଫତାବ୍ ,ସମ୍ପାଦକ ଏସକେ କାସିମ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.