Home ଜିଲ୍ଲା ପରିକ୍ରମା ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟ ଅନୁଧ୍ୟାନ କଲେ କଟକ ସାଂସଦ

ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟ ଅନୁଧ୍ୟାନ କଲେ କଟକ ସାଂସଦ

44

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡ଼ାର ମୁଖ୍ୟ ବଜାର କଲେଜଛକ ଠାରେ ରାଜ୍ୟସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ୨୫ଲକ୍ଷ ଟଙ୍କା ବ୍ୟୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ଼ଃ. ହରେକୃଷ୍ଣ ମହତାବଙ୍କ ଏକ ପୂର୍ଣ୍ଣାବୟବ ବ୍ରୋଞ୍ଚ ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ଡ଼ଃ, ମହତାବଙ୍କ ସୁପତ୍ର ତଥା କଟକ ସାଂସଦ ଭର୍ତୃହରି ମହତାବ ଶନିବାର ସନ୍ଧ୍ୟାରେ ଘଟଣାସ୍ଥଳକୁ ଆସି ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ସୁପ୍ରିମ କୋର୍ଟର ଆଇନଜୀବି ଜଗତମୋହନ ସିଂହ, ମହତାବ କ୍ରିୟାନୁଷ୍ଠାନ କମିଟିର ହାଇକୋର୍ଟର ଆଇନଜୀବି ମନୋଜ ରାୟ, ହେମନ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଭଦ୍ରକ ମହତାବ ସ୍ମାରକୀ ପରିଷଦ ପକ୍ଷରୁ ପ୍ରାୟ ୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମହତାବଙ୍କ ପ୍ରତିମୂର୍ତ୍ତିକୁ ସରକାର ହାତକୁ ନେଇ ଆଗରପଡ଼ାର ପ୍ରବେଶପଥ କୁଆଁଶମଢିଆ ଛକରେ ସ୍ଥାପନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ମାସ ୨୧ ତାରିଖରେ ଡ଼ଃ, ମହତାବଙ୍କ ପୂଣ୍ୟ ଜନ୍ମତିଥିରେ ଏହି ଦୁଇଟି ପ୍ରତିମୂର୍ତ୍ତିକୁ ଅନାବରଣ କରାଯିବ ବୋଲି ସ୍ଥିରିକୃତ ହୋଇଛି । ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କଟକ ସାଂସଦ ଭର୍ତୃହରି ମହତାବ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲାପାଳ ଜ୍ଞାନ ଦାସ, ଅବସରପ୍ରାପ୍ତ ପ୍ରଫେସର ସନାତନ ମହାନ୍ତି ପ୍ରମୁଖ ଏହି ଅନାବରଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.