Home ଜିଲ୍ଲା ପରିକ୍ରମା ମଙ୍ଗୁଲି ଗ୍ରାମ୍ୟରାସ୍ତା ଶୋଚନୀୟ, ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ମଙ୍ଗୁଲି ଗ୍ରାମ୍ୟରାସ୍ତା ଶୋଚନୀୟ, ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

45

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲିସ୍ଥିତ କାଣ୍ଡଗଢିଆ ଛକରୁ ଆର.ଡ଼ି ରାସ୍ତା, ୫ଶହ ମିଟର, ବ୍ରାହ୍ମଣ ସାହିରୁ ଆର.ଡ଼ି ରାସ୍ତା ୩ଶହ ମିଟର, ପରିଡ଼ା ସାହିରୁ ଆର.ଡ଼ି ରାସ୍ତା ୩ଶହ ମିଟର , ମା’ ଥାନପତି ଠାରୁ କରସାହି ପର୍ଯ୍ୟନ୍ତ ୧ଶହ ମିଟର ଓ ଆର.ଡ଼ି ରାସ୍ତାଠାରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ପର୍ଯ୍ୟନ୍ତ ୫ଶହ ମିଟର ରାସ୍ତା ଗୁଡ଼ିକ ଆବଶ୍ୟକୀୟ ମରାମତି ଅଭାବରୁ ଦୀର୍ଘବର୍ଷ ହେବ ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ଏଥିରେ ବଡ଼ ବଡ଼ ଗର୍ତ୍ତମାନ ସୃଷ୍ଟି ହେବା ସହିତ ଯାନବାହାନ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଯଦ୍ୱାରା ଉପରୋକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଗ୍ରାମର ଲୋକେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରିକି ଜରୁରୀକାଳୀନ ସେବା ଦମକଳ, ଆମ୍ଭୁଲାନ୍ସ ପରି ଗାଡ଼ି ଏହି ସବୁ ଗ୍ରାମକୁ ଆସିପାରୁ ନଥିବାରୁ ଜନଜୀବନ ହାନି ଘଟୁଛି । ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ସହ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଗ୍ରାମବାସୀମାନେ ଜଣାଇଥିଲେ ସୁଦ୍ଧା କୌଣସି କିଛି ପ୍ରତିକାର ଆଜିଯାଏ ହୋଇପାରି ନାହିଁ । ବାଧ୍ୟହୋଇ ଗ୍ରାମବାସୀ ନାରାୟଣ ଚନ୍ଦ୍ର ଦାସ, ସଞ୍ଜୟ କୁମାର ନାଥ, କୈଳାସ ରାଉତ, ବଳରାମ କର, ପ୍ରଫୁଲ୍ଲ କୁମାର ରାଉତ, ହେମନ୍ତ ଚରଣ ଦାସ, ଦିଲ୍ଲିପ ଘଡ଼େଇ, ଜଗନ୍ନାଥ କର, ସୁବ୍ରତ କୁମାର କର, ପ୍ରତାପ ସାହୁ, ଶରତ ଦାସ ପ୍ରମୁଖ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ବନ୍ତ ବିଡ଼ିଓଙ୍କୁ ରେଜେଷ୍ଟ୍ରି ଡ଼ାକ ଯୋଗେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.