Home କେନ୍ଦୁଝର ମଲ୍ଲିପଶି ଓ ସରମୁଣ୍ଡିରେ ବିଡିଓଙ୍କ ଜନଶୁଣାଣି

ମଲ୍ଲିପଶି ଓ ସରମୁଣ୍ଡିରେ ବିଡିଓଙ୍କ ଜନଶୁଣାଣି

24

ହାଟଡିହି, ୭ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତର ମଲ୍ଲିପଶି ଓ ସରମୁଣ୍ଡି ଗ୍ରାମରେ ବିଡିଓଙ୍କ ଦ୍ୱାରା ଏକ ଜନଶୁଚଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଲ୍ଲିପସି ସ୍କୁଲରେ ଅନୁଷ୍ଠିତଏହି ଜନ ଶୁଣାଣି ଶିବିରରେ ହାଟଡିହି ବ୍ଲକର ବିଡିଓ ବିନିତା ବିଜୟିନୀ, ସିଡିପିଓ ସରସ୍ୱତୀ ସେଠୀ, ପିଇଓ ଜିତେନ୍ଦ୍ର କୁମାର ଜେନା, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୋମନାଥ ଦାସ ପ୍ରମୁଖ ଯୋଗଦେଇ ଲୋକମାନଙ୍କର ଅଭିଯୋଗ ଶୁଣିଥିଲେ । ଏହି ଦୁଇଟି ଗ୍ରାମରେ ୫୦୦ରୁ ଉର୍ଦ୍ଧ ପରିବାରର ବସବାସ କରୁଥିବାବେଳେ ଏହି ଗାଁକୁ ପଞ୍ଚାୟତ ମୁଖ୍ୟାଳୟକୁ ଯିବା ଆସିବାକୁ କୌଣସି ସୁବିଧା ନାହିଁ । ଏମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବା ପାଇଁ ହେଲେ ଜଳପଥରେ ୭/୮କିଲୋମିଟର ଓ ସ୍ଥଳପଥରେ ଆସିଲେ ୯୦କିଲୋମିଟର ଦୁର ବୁଲି ବୁଲି ଆସିବାକୁ ପଡିଥାଏ । ଏମାନେ ୧୯୭୧ ମସିହାରେ ନଦୀବନ୍ଧ ନିର୍ମାଣ ସମୟରେ ବିସ୍ଥାପିତ ହୋଇ ଏହି ଦୁଇଟି ଗାଁରେ ରହି ଆସୁଛନ୍ତି । ସ୍ୱାଧିନତାର ୭୪ବର୍ଷ ବିତିଯାଇଥିଲେ ମଧ୍ୟ ଏମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଆସିଛନ୍ତି । ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ, ପାନୀୟଜଳ, ଶିକ୍ଷା ଆଦି ସବୁଥିରେ ଏମାନେ ଅବହେଳିତ । ଜଂଗଲରେ ରହୁଥିଲେ ମଧ୍ୟ ଜଂଗଲଜମି ପଟ୍ଟା ପାଇନାହାନ୍ତି । ଜଳସେଚନ ବିଭାଗ ଏହାକୁ ବୁଡି ଅଞ୍ଚଳ ଦର୍ଶାଇ ଆଜି ପର୍ଯ୍ୟନ୍ତ ଜମିପଟ୍ଟା ପାଇପାରୁ ନଥିବାରୁ ଏମାନେ ଆବାସ ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି । ଏ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ନେଇ ଲୋକମାନେ ଅଭିଯୋଗ କରିଥିଲେ । ଏହି ଜନଶୁଣାଣିରେ ରାମଚନ୍ଦ୍ର ମଢ଼େଇ, କାଳନ୍ଦୀ କଳପାଳିଆ, କାହ୍ନା କସିମାଳ, ଭାଗିରଥି ବିନିସିଆ, ନାରଣ ଖଣ୍ଡେଇ, ଗଣେଷ ବିନିସିଆ, ୱାର୍ଡସଭ୍ୟା ସୀତାମଣି ବିନିସିଆ, କନକ ସେଠୀ ପ୍ରମୁଖ ଗ୍ରାମବାସୀମାନଙ୍କ ସମସ୍ୟା ଗୁଡିକୁ ଉପସ୍ଥାପିତ କରିଥିଲେ । ଅନେକ ବୟସାଧିକ ଯୋଗ୍ୟ ବ୍ୟକ୍ତି ତ୍ରୁଟିପୁର୍ଣ୍ଣ ଭୋଟ ପରିଚୟପତ୍ର ଯୋଗୁଁ ଭତ୍ତା ପାଇପାରୁ ନଥିବାବେଳେ ସେମାନଙ୍କୁ କିପରି ତୁରନ୍ତ ଭତ୍ତା ଦିଆଯିବ ସେନେଇ ପଦକ୍ଷେପ ନେବାକୁ ବିଡିଓଙ୍କୁ ନିବେଦନ କରିଥିଲେ । ସେହିପରି ମେଗା ୱାଟର ପୋଜେକ୍ଟ ମାଧ୍ୟମରେ ତାଙ୍କ ଗାଁକୁ ଜଳଯୋଗାଣର ବ୍ୟବସ୍ଥା କରିବାକୁ ଥିଲେବି ଏବେକାର ଠିକାଦାର (ଏନସିସି) ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ କରିନଥିବା ଅଭିଯୋଗ କରିଥିଲେ । ଗାଁରେ ଗାଧୁଆ ପାଧୁଆ ପାଇଁ କୌଣସି ଜଳଉତ୍ସ ନଥିବାରୁ ଗୋଷ୍ଠୀ ପୋଖରୀ ନିର୍ମାଣ କରାଯିବାକୁ ମଧ୍ୟ ଗ୍ରାମବାସୀମାନେ ଦାବି ଉପସ୍ଥାପିତ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ସବୁ ଶୁଣିବା ସହ ନିଜେ ସ୍ୱଚକ୍ଷୁରେ ଦେଖିବାପରେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ବିଡିଓ ଏବଂ ସିଡିପିଓ ଲୋକମାନଙ୍କୁ ପ୍ରତିଶୃତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.