Home Top News ଆଉ ଶୁଭିବନି କେଁ-କେଁ, ପେଁ-ପେଁ – କର୍କଷ ରଡ଼ି : ଶୁଭିବ ବଂଶୀ-ତବଲା-ଭାଓଲିନ୍‌ର ସୁମଧୁର ସ୍ୱର...

ଆଉ ଶୁଭିବନି କେଁ-କେଁ, ପେଁ-ପେଁ – କର୍କଷ ରଡ଼ି : ଶୁଭିବ ବଂଶୀ-ତବଲା-ଭାଓଲିନ୍‌ର ସୁମଧୁର ସ୍ୱର – ଆସୁଛି ନିୟମ

217

ନୂଆ ଦିଲ୍ଲୀ ୭ ନୂଆ ଦିଲ୍ଲୀ (ଓଡ଼ିଆ ପୁଅ) ଦେଶର ଲୋକମାନଙ୍କୁ ଶୀଘ୍ର ଯାନବାହାନର କର୍କଶ ଶବ୍ଦରୁ ମୁକ୍ତି ମିଳିବ। ଯାନବାହନର କର୍କଷ ହର୍ଣ୍ଣ ପରିବର୍ତ୍ତେ, ଭାରତୀୟ ବାଦ୍ୟଯନ୍ତ୍ରର ସୁମଧୁର ଶବ୍ଦ ଶୁଣାଯିବ। ବାସ୍ତବରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ହର୍ଣ୍ଣର ଶବ୍ଦକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ହର୍ଣ୍ଣର ଧ୍ୱନି ବଦଳାଇବା ପାଇଁ ବିଭାଗ କାର୍ଯ୍ୟ କରୁଛି ବୋଲି କହିଛନ୍ତି। ଏହି ଯୋଜନାକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଦିଲ୍ଲୀର ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି, ଏହାର ବାହ୍ୟରେଖା ଆସନ୍ତା ସମୟରେ ପ୍ରସ୍ତୁତ ହେବ।

ହର୍ଣ୍ଣର କିପରି ଶବ୍ଦ ହେବ?

ଆଗାମୀ ଦିନରେ ଲୋକମାନେ ଚଳପ୍ରଚଳ ରାସ୍ତାରେ ଭାଓଲିନ୍, ବଂଶୀ, ତବଲା, ଆଦି ଶବ୍ଦ ଶୁଣିବେ। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଆଗାମୀ ଦିନରେ ଯାନବାହାନର ହର୍ଣ୍ଣର କର୍କଶ ରଡ଼ିରୁ ମୁକ୍ତି ମିଳିବ। ହର୍ଣ୍ଣର ବିରକ୍ତିକର ଶବ୍ଦ ବଦଳରେ ଭାରତୀୟ ବାଦ୍ୟଯନ୍ତ୍ରର ସୁମଧୁର ଶବ୍ଦ ଶୁଣାଯିବ।

ସୂଚନାଯୋଗ୍ୟଯେ, ନିକଟରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏକ ଟିଭି ଚ୍ୟାନେଲର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କହିଛନ୍ତି ଯେ ଜବାହରଲାଲ ନେହେରୁ ଅଟଳ ବିହାରୀ ବାଜପେୟୀ ହେଉଛନ୍ତି ଭାରତର ଦୁଇ ଆଦର୍ଶ ନେତା। ଉଭୟ କହୁଥିଲେ ଆମେ ସବୁବେଳେ ଆମର ଗଣତାନ୍ତ୍ରିକ ସୀମା ଅନୁସରଣ କରିବୁ। ଏହି ଦେଶର ଗଣତନ୍ତ୍ରକୁ ସଫଳ କରିବା ପାଇଁ ଏକ ଦୃଢ ବିରୋଧୀଙ୍କର ଆବଶ୍ୟକତା ରହିଛି। ପଣ୍ଡିତ ଜବାହରଲାଲ ନେହେରୁ ସର୍ବଦା ଅଟଳ ବିହାରୀ ବାଜପେୟୀଙ୍କୁ ସମ୍ମାନ କରୁଥିଲେ। ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଏକ ଦୃଢ଼ ବିରୋଧ ରହିବା ଆବଶ୍ୟକ।

ଗଣତନ୍ତ୍ରର ସଫଳତା ପାଇଁ ଦୃଢ଼ ବିରୋଧୀ ରହିଲେ ଗଣତନ୍ତ୍ରର ଯାନ ସଠିକ୍ ଭାବରେ ଚାଲିବ। ଗଣତନ୍ତ୍ରର କାରରେ ଦୁଇଟି ଚକ ଅଛି – ଶାସକ ଦଳ ଏବଂ ବିରୋଧୀ। ବିରୋଧୀ ଶକ୍ତିଶାଳୀ ହେବା ଉଚିତ୍, ଶାସକ ଦଳ ଉପରେ ଏହାର ନିୟନ୍ତ୍ରଣ ରହିବା ଉଚିତ୍। ସେ କହିଛନ୍ତି ଯେ ଦୃଢ଼ ବିରୋଧୀ ହୋଇ କଂଗ୍ରେସ ଦାୟିତ୍ତ୍ୱପୂର୍ଣ୍ଣ ବିରୋଧୀ ଭୂମିକା ଗ୍ରହଣ କରିବା ଉଚିତ। ଗଣତନ୍ତ୍ର ପାଇଁ ଏହା ଆବଶ୍ୟକ। ଗଣମାଧ୍ୟମକୁ ସେମାନଙ୍କର କାର୍ଯ୍ୟ ଦାୟିତ୍ତ୍ୱପୂର୍ଣ୍ଣ ଭାବରେ କରିବାକୁ ପରାମର୍ଶ ଦେଇ ଗଡକରୀ କହିଛନ୍ତି ଯେ ଯଦି ଏହି ଅଙ୍ଗଗୁଡ଼ିକ ମଧ୍ୟରୁ କୌଣସିଟି ଠିକ୍ ଭାବରେ କାମ ନକରେ ତେବେ ଗଣତନ୍ତ୍ର ସଠିକ୍ ଭାବରେ ଚାଲିପାରିବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.