Home ଜିଲ୍ଲା ପରିକ୍ରମା ରାଜନୈତିକ ଆକ୍ରୋଶ ଓ ପ୍ରଶାସନିକ ଅବହେଳାରୁ ବଂଚିତ କୃଷ୍ଣଚନ୍ଦ୍ର ଜିଲାପାଳଙ୍କ ଦ୍ୱାରସ୍ଥ, ରାସନ୍ ଓ ଜବ୍‌କାର୍ଡ...

ରାଜନୈତିକ ଆକ୍ରୋଶ ଓ ପ୍ରଶାସନିକ ଅବହେଳାରୁ ବଂଚିତ କୃଷ୍ଣଚନ୍ଦ୍ର ଜିଲାପାଳଙ୍କ ଦ୍ୱାରସ୍ଥ, ରାସନ୍ ଓ ଜବ୍‌କାର୍ଡ ପ୍ରଦାନରେ ଲୋକ ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନହେଲେ ଆମରଣ ଅନଶନ ଚେତାବନୀ

37

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜନୈତିକ ଆକ୍ରୋଶରୁ ଜଣେ ଦିନ ମଜୁରିଆ ଶ୍ରେଣୀର ଗରିବ ହିତାଧିକାରୀ ଦୀର୍ଘ ୫ ବର୍ଷ ଧରି ସମସ୍ତ ସରକାରୀ ସହାୟତାରୁ ବଂଚିତ ହୋଇ ଲୋକ ଅଦାଲତଙ୍କ ଦ୍ୱାରସ୍ଥ ହେବା ପରେ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାଙ୍କ ନୋଟିସ୍ ମୂଳେ ତଦନ୍ତ କରି ପ୍ରକୃତ ସତ୍ୟତା ମୂଳେ ଜବକାର୍ଡ ଓ ରାସନ୍ କାର୍ଡ ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନହେବାରୁ ସେ ଆଜି ଜିଲାପାଳଙ୍କ ଶରଣାପନ୍ନ ହୋଇଛନ୍ତି । ଏବଂ ଆସନ୍ତା ୭ ଦିନ ମଧ୍ୟରେ କୌଣସି ପ୍ରତିକାର ନକରାଗଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବାର ଚେତାବନୀ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଜିଲାପାଳ ଏଭଳି ଘଟଣା ସଂପର୍କରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଆଜି ଜିଲାପାଳ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ ବ୍ଲକ୍ କେଦାରପୁର ଗ୍ରାମପଞ୍ଚାୟତ ହରିଶଙ୍କରପୁର ଗ୍ରାମନିବାସୀ କୃଷ୍ଣଚନ୍ଦ୍ର ସେନାପତି ଦେଇଥିବା ଅଭିଯୋଗ ପତ୍ର ମୂଳେ ସେ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ଅଟନ୍ତି । ନିଜର ପୈତୃକଦତ୍ତ ସ୍ୱଳ୍ପ ଜମିରେ ଚାଷକରି ଅନ୍ୟର ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ ବଡକଷ୍ଟରେ କରନ୍ତି । ତାଙ୍କର ଆର୍ଥିକ ପରିସ୍ଥିତିକୁ ତଦନ୍ତ କରି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଏକ ଜବକାର୍ଡ ଓ ରାସନ୍ କାର୍ଡ ପ୍ରଦାନ କରାଯାଇଥିଲା ।

ମାତ୍ର ରାଜନୈତିକ ଆକ୍ରୋଶ ରଖି ତାଙ୍କ ପଂଚାୟତର ସରପଞ୍ଚ ଓ ପଂଚାୟତ ସମିତି ସଭ୍ୟ ଜବକାର୍ଡ ଜରିଆରେ ଦିନଟିଏ ମଧ୍ୟ କାର୍ଯ୍ୟା ଦେଲେନାହିଁ । ଏବଂ ସ୍ଥାନୀୟ କଣ୍ଟ୍ରୋଲ ଡିଲରଙ୍କୁ ପ୍ରଭାବିତ କରି ଦୀର୍ଘ ୫ ବର୍ଷ ଧରି ରାସନ୍ ସାମଗ୍ରୀ ପାଇବାରୁ ବଂଚିତ କରିଛନ୍ତି । ଏ ବିଷୟରେ ବାରମ୍ବାର ବିଡିଓଙ୍କ ଠାରୁ ଆରମ୍ଭ କରି ଖାଦ୍ୟ ଯୋଗାଣ ଅଧିକାରୀ ଓ ପୂର୍ବତନ ଜିଲାପାଳଙ୍କ ପର୍ଯ୍ୟନ୍ତ ଗୁହାରି କରି ନିରାଶ ହେବା ପରେ ସ୍ଥାୟୀ ଲୋକ ଅଦାଲତରେ ୬୪/୨୧ ମୂଳେ ଏକ ମାମଲା ଦାଏର କରିଥିଲେ । ମାତ୍ର ଗତ ଜୁଲାଇ ୫ ତାରିଖରେ ବିଡିଓ ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ମାର୍କେଟିଂ ଇନ୍ସିପେକ୍ଟରଙ୍କ ଦ୍ୱାରା ତଦନ୍ତ କରି କୃଷ୍ଣଚନ୍ଦ୍ର ପ୍ରକୃତରେ ଜବକାର୍ଡ ଓ ରାସନ୍‌କାର୍ଡ ପାଇବାର ଯୋଗ୍ୟ ବୋଲି ଜାଣି ତାଙ୍କର ଉକ୍ତ କାର୍ଡ ସଚଳ କରିବାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଏବଂ ଉକ୍ତ ରାସନ ସାମଗ୍ରୀ ପାଇବେ ବୋଲି କହିଥିଲେ ମଧ୍ୟ କଣ୍ଟ୍ରୋଲ ଡିଲର ତାହା ନଦେଇ ତାଙ୍କୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ବୋଲି କହିବାରୁ ସେ ଏବେ କୋଭିଡ୍‌-୧୯ ଜନିତ ସରକାରୀ ନିୟମ ମୂଳେ କାମ ନପାଇ ଘୋର ଦୁର୍ଦ୍ଦିନରେ ଗତି କରୁଛନ୍ତି । ଏବଂ ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନହେବା ଯୋଗୁଁ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ପାଇଁ ତାଙ୍କ ପରିବାର ଅନାହାରରେ ମୃତ୍ୟୁମୁଖରେ ପଡିବା ନିଶ୍ଚିତ ଜାଣି ଜିଲାପାଳ ଭଦ୍ରକ ବିଡିଓ ଓ ମାର୍କେଟିଂ ଇନ୍ସିପେକ୍ଟରଙ୍କୁ କୈଫତ ମାଗି ତାଙ୍କର ଜବକାର୍ଡ ଓ ରାସନ୍ କାର୍ଡ ଦ୍ୱାରା ସରକାରୀ ସୁବିଧା ଯୋଗାଇ ନଦେଲେ ପରିବାର ସହ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.