Home କେନ୍ଦୁଝର ମଲା ଲୋକଙ୍କ ନାମରେ ଭତ୍ତା ଟଙ୍କା ହଡପ ନେଇ ତଦନ୍ତ ହେଉନି

ମଲା ଲୋକଙ୍କ ନାମରେ ଭତ୍ତା ଟଙ୍କା ହଡପ ନେଇ ତଦନ୍ତ ହେଉନି

53

ହାଟଡିହି, ୮ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତରେ ମଲା ଲୋକଙ୍କ ନାମରେ ଭତ୍ତା ଟଙ୍କା ଉଠାଯାଇ ହଡପ କରାଯାଉଥିବା ଅଭିଯୋଗ ହୋଉଥିଲେ ମଧ୍ୟ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଉ ନଥିବାରୁ ଏପରି ଦୁର୍ନ୍ନୀତି ଗୁଡିକ ଚାପି ହୋଇଯାଉଛି । ଗତ କିଛିବର୍ଷ ହେଲା ଡଅଁର ପଞ୍ଚାୟତରେ ୪୦ରୁ ଉର୍ଦ୍ଧ ମଲା ଲୋକଙ୍କ ନାମରେ ଭତ୍ତା ଟଙ୍କା ଉଠାଯାଇ ହଡପ କରାଯାଉଥିବା ନେଇ ଅଭିଯୋଗ ହେବାପରେ ତତକାଳୀନ ବିଡିଓ ତୁରନ୍ତ ଏହାର ତଦନ୍ତ କରି ସ୍ୱତନ୍ତ୍ର ଅଫିସରଙ୍କ ଜରିଆରେ ଭର୍ତ୍ତା ବଣ୍ଟନ କରିବାରୁ ୪୦ରୁ ଉର୍ଦ୍ଧ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଜଣାପଡିଥିଲା । ଓ ସେହିଦିନ ଠାରୁ ଭିନ୍ନ ଅଧିକାରୀଙ୍କ ମାଧ୍ୟମରେ ଭତ୍ତା ଟଙ୍କା ବଣ୍ଟନ କରାଗଲା । କିନ୍ତୁ ପୁର୍ବରୁ ବର୍ଷବର୍ଷ ଧରି ଯିଏ ଏହି ଭତ୍ତା ଟଙ୍କାକୁ ହଡପ କରୁଥିଲେ ସେନେଇ କୌଣସି ତଦନ୍ତ କରାଗଲାନି କି ସେମାନଙ୍କ ବିରୁଦ୍ଧରେ ମଧ୍ୟ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଗଲାନି । ସେହପରି ଏବେ କେ ବାଲିପାଳ ପଞ୍ଚାୟତରେ ମଧଞ ସମାନ ଅବସ୍ଥା ହୋଇଥିବା ଦେଖିବାକୁ ମିଳିଛି । ଏଠାରେ ୪୮୯ହିତାଧିକାରୀଙ୍କ ନାମରେ ଭତ୍ତା ଦିଆଯାଉ ଥିବାବେଳେ ବ୍ଲକ କର୍ତ୍ତୁପକ୍ଷଙ୍କ ସନ୍ଦେହ ହେବାରୁ ୧୧ଜଣିଆ ଏକ ଟିମ କରାଯାଇ ବିଡିଓ ବିନିତା ବିଜୟିନୀଙ୍କ ଉପସ୍ଥିତିରେ ବଣ୍ଟନ କରାଗଲା । ୪୬୫ଜଣ ହିତାଧିକାରୀ ଭତ୍ତା ନେଇଥିବାବେଳେ ୨୪ଜଣ ହିତାଧିକାରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଥିଲା । ତେବେ ଏହି ୨୪ଜଣଙ୍କ ଭତ୍ତା ଟଙ୍କାକୁ କିଏ କିପରି ନେଉଥିଲା ତାହା ତଦନ୍ତ ହେଲାନି । ବଣପାହାଡ ଘେରା ଏହି ପଞ୍ଚାୟତକୁ ଅଧିକାରୀମାନେ ଆସିପାରୁ ନଥିବା ସୁଯୋଗ ନେଇ ମୃତ ହିତାଧିକାରୀଙ୍କ ଭତ୍ତା ଟଙ୍କାକୁ ଚଞ୍ଚକତା କରାଯାଇ ଉଠାଯାଉଥିଲା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଯଦି ଏହାର ଉଚ୍ଚସ୍ତରୀୟ ତଦନ୍ତ କରାନ୍ତେ ତେବେ ଏହି ଦୁର୍ନ୍ନୀତିଗ୍ରସ୍ଥ କର୍ମଚାରୀଙ୍କ ମୁଖା ଖୋଲିଯାଆନ୍ତା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ହାଟଡିହି ବ୍ଲକର କେବଳ ଏହି ଦୁଇଟି ପଞ୍ଚାୟତ ନୁହଁ ଏହିପରି ଅନେକ ପଞ୍ଚାୟତରେ ମଧ୍ୟ ମଲା ଲୋକଙ୍କ ନାମରେ ଭତ୍ତା ଉଠାଯାଇ ହଡପ କରାଯାଉଛି ବୋଲି ଅଭିଯୋଗ ହେଉଛି । ଏଥିରେ କିଛି ପିଇଓ ଏବଂ କିଛି ଜିଆରଏସ ସଂପୃକ୍ତି ଥିବା ଅଭିଯୋଗ ହେଉଛି । ପ୍ରଶାସନ ଏନେଇ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.