Home କେନ୍ଦୁଝର ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ପାଳିତ

ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ପାଳିତ

55

ହାଟଡିହି, ୮ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ସାମାଜିକ ନ୍ୟାସ ଇଞ୍ଚୋଳ ବିକାଶମଞ୍ଚ ପକ୍ଷରୁ ଇଞ୍ଚୋଳ ଉଚ୍ଚ ବିଦ୍ୟାଳୟ ଠାରେ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଯାଇଛି । ଚନ୍ଦନପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ହଦଗଡ ବନ୍ୟପ୍ରାଣୀ ବନାଞ୍ଚଳର ବନପାଳ କେଦାର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ବନ୍ୟପ୍ରାଣୀ ସଂରକ୍ଷଣ ଓ ତାଙ୍କର ସୁସ୍ଥ ଜୀବନଧାରଣ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଙ୍ଗମ ବିଟହାଉସର ଜଂଗଲ ଅଧିକାରୀ ଅବରେନ୍ଦ୍ର ନାଥ, ବୈଦାଖିଆ ବିଟ ହାଉସର ଅଧିକାରୀ ଲକ୍ଷ୍ମୀଧର କିସ୍କୁ ପ୍ରମୁଖ ଯୋଗଦେଇ ଜଂଗଲ ସୃଷ୍ଟି ଓ ବନ୍ୟଯନ୍ତୁ ସୁରକ୍ଷା ପାଇଁ ସମସ୍ତେ ଉଦ୍ୟମ କରିବାପାଇଁ ପରାମର୍ଶ ଦେଇଥିଲେ । ତତ୍‌ସହିତ ବନରକ୍ଷୀ ଓ ବନକର୍ମଚାରୀମାନେ ଉପସ୍ଥିତ ଥିଲେ । ଉମାକାନ୍ତ ପଣ୍ଡା କାର‌୍ୟ୍ୟକ୍ରମ ସøଂଯୋଜନା କରିôତବାବେଳେ ଅମ୍ଳାନ ଜେନା, ସତ୍ୟବ୍ରତ ଜେନା, ହରେକୃଷ୍ଣ ସୁଆର ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର‌୍ୟ୍ୟୋଧନ ବରାଳଙ୍କ ସମେତ ଅନ୍ୟ ସହକର୍ମୀମାନେ ଏପରି ନିଆରା କାର‌୍ୟ୍ୟକ୍ରମକୁ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଭୁୟସୀ ପ୍ରସଂଶା କରିଥିଲେ । ଶେଷରେ ବିଟ ହାଉସ କର୍ମଚାରୀ ଅମରେନ୍ଦ୍ର ନାଥ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଇଞ୍ଚୋଳ ବିକାଶମଞ୍ଚ ପ୍ରଦତ୍ତ ‘ସବୁଜ ସପଥ’ ପାଠ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.