Home ଜିଲ୍ଲା ପରିକ୍ରମା ଖପରପଦା ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି

ଖପରପଦା ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି

73

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଖପରପଦା ପଂଚାୟତର ସରପଂଚ ଗୟାଧର ନାୟକ ଗୁରୁତର ଆହତହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡ଼ାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାରୁ ପ୍ରକାଶ ଯେ ସରପଞ୍ଚ ଶ୍ରୀ ନାୟକ ଗତକାଲି ବିଳମ୍ବିତ ରାତ୍ରୀରେ ନିଜ ପଞ୍ଚାୟତ ଅଫିସରେ ନିଜ ବାଇକ୍ ଓଡ଼ି-୨୨ଜେ- ୨୦୩୧ଯୋଗେ ଘରକୁ ଫେରୁଥିବାବେଳେ ଘର ସାମ୍ନାରେ ମୁର୍ମୁଷ ଅବସ୍ଥାରେ ଦେଖି ଘରଲୋକମାନେ ସ୍ଥାନୀୟ ପଡ଼ୋଶୀକୁ ଖବର ଦେଇଥିଲେ । ତାଙ୍କୁ ସଂଗେ ସଂଗେ ଭଦ୍ରକ ଡ଼ାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ପରେ ଭୁବନେଶ୍ୱର ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୂଚନା ଥାଉକି ଗୟାଧର ଗତକାଲି ପ୍ରାୟ ୧୨ଟା ରାତିରେ ନିଜ ପଂଚାୟତ ଅଫିସକୁ ଯିବାର ବିଳମ୍ବ ଦେଖି ତାଙ୍କର ସ୍ତ୍ରୀ ଫୋନ କରିଥିଲେ । ଏହି ସମୟରେ ଗୟାଧର ମଧ୍ୟ ଘରକୁ ଫେରିବା ଅବସ୍ଥାରେ ତାଙ୍କର ମୁଣ୍ଡରେ କେଉଁ କାରଣରୁ ଗୁରୁତର ଆଘାତ ଲାଗିଥିଲା ଏବଂ ଭିଷଣ ରକ୍ତଶ୍ରାବ ମଧ୍ୟ ହେଉଥିଲା ଏବଂ ଘରେ ପହଂଚି ଅଚେତ ହୋଇଯାଇଥିଲେ । ଏବେ ଗୟାଧର ମୁର୍ମୁଷ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମୋ ସ୍ୱାମୀଙ୍କୁ ଯୋଜନାବଦ୍ଧ ଭାବେ ସ୍ଥାନୀୟ ଅଞ୍ଚଳର କେତେକ ବ୍ୟକ୍ତି ମାରଣାନ୍ତକ ଆକ୍ରମଣ କରିଛନ୍ତି । ମୋ ସ୍ୱାମୀଙ୍କୁ ଜୀବନରୁ ମାରିଦେବାପାଇଁ ଉଦ୍ୟମ କରାଯାଇଛି ବୋଲି ଆଜି ଧୁଷୁରୀ ଥାନାରେ ଗୟାଧରଙ୍କ ସ୍ତ୍ରୀ ଅର୍ଚ୍ଚନା ନାୟକ ଅଭିଯୋଗ କରିବା ପରେ ଥାନା ଅଧିକାରୀ ପ୍ରଫୁଲ୍ଲ ସିଂ ଅଭିଯୋଗ ଗ୍ରହଣ କରି କେସ ନଂ ୨୩୮/୨୧ରେ ଏକ ମ।।ମଲା ରୁଜୁ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ସରପଂଚଙ୍କର ଏପରି ଘଟଣାକୁ ସ୍ଥାନୀୟ ଅଂଚଳରେ ବିଭିନ୍ନ ବ୍ୟକ୍ତି ବିଭିନ୍ନ ମତ ରଖିଛନ୍ତି । ଏହି ଘଟଣାର ସତ୍ୟାସତ୍ୟ ତଦନ୍ତ ପାଇଁ ବରିଷ୍ଠ ବିଜେପି ନେତା ଅଶୋକ କୁମାର ପୁହାଣ, ଶ୍ରୀକାନ୍ତ ନାୟକ, ବୈକୁଣ୍ଠନାଥ ସାହୁ, ସୁରଜ କୁମାର ସାହୁ, ରାଜେନ୍ଦ୍ର ସାହୁ ଓ ନିମାଇ ନାୟକ ଧୁଷୁରୀ ଥାନାରେ ପହଞ୍ଚି ଧୁଷୁରୀ ପୋଲିସ ଠାରେ ମଧ୍ୟ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.