Home ଓଡ଼ିଶା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

189

ନିମାପଡ଼ା,୦୫/୦୯,(ଓଡ଼ିଆ ପୁଅ ପି ନାଏକ): ମର୍ମନ୍ତୁଦ ଦୁର୍ଘଟଣାରେ ପୁଅ ଆଗରେ ଚାଲିଗଲା ବାପାଙ୍କ ଜୀବନ। ପୁରୀ-ଖେଲାର ବଳଙ୍ଗା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଆଜି ସକାଳେ ବାପା-ପୁଅ ଦୁଇ ଜଣ ବାଇକରେ ଯାଉଥିବାବେଳେ ଏକ ଟ୍ରକ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଦୁଇ ଜଣ ରାସ୍ତା କଡକୁ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ବାପା କୈଳାସ ଚନ୍ଦ୍ର ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା । ପୁଅ ବ୍ରହ୍ମାନନ୍ଦ ବିଶ୍ୱାଳଙ୍କ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ଖେଲାରଠାରେ ରାସ୍ତାରୋକ କରିଛନ୍ତି। ଫଳରେ ନିମାପଡ଼ା-ଭୁବନେଶ୍ୱର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.