Home ଓଡ଼ିଶା ଛାତ୍ରଛାତ୍ରୀଙ୍କ ପାଇଁ ଡାକ ବିଭାଗରେ ନିଯୁକ୍ତି ସୁଯୋଗ

ଛାତ୍ରଛାତ୍ରୀଙ୍କ ପାଇଁ ଡାକ ବିଭାଗରେ ନିଯୁକ୍ତି ସୁଯୋଗ

1304

ନୂଆଦିଲ୍ଲୀ,୦୫/୦୯,(ଓଡ଼ିଆ ପୁଅ ପି ନାଏକ):
ଗୁଜୁରାଟରେ ପୋଷ୍ଟାଲ କ୍ଷେତ୍ରରେ ଗ୍ରାମୀଣ ଡାକ ସେବକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚାକିରୀ ପାଇବା ପାଇଁ ଆଶା ରଖିଥିବା ବ୍ଯକ୍ତିମାନେ ଜଲଦି ଆବେଦନ କରନ୍ତୁ। ସୂଚନା ଅନୁଯାୟୀ ସମୁଦାୟ ୨,୫୧୦ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀରେ ନିଯୁକ୍ତି ପାଇଁ ରେଜିଷ୍ଟେସନ କରିବାର ଶେଷ ତାରିଖ ୪ ସେପ୍ଟେମ୍ବର ଥିବା ବେଳେ ବର୍ତ୍ତମାନ ତାହା ୧୧ ସେପ୍ଟେମ୍ବର ପର୍ଯ୍ଯନ୍ତ ବଢାଇ ଦିଆଯାଇଛି।

ପଦର ବିବରଣୀ:

ଇଡବ୍ଲ୍ଯୁଏସ୍- ୨୬୬

ଓବିସି- ୫୮୮

ପିଡବ୍ଲ୍ଯୁଡି-ଏ- ୧୫

ପିଡବ୍ଲ୍ଯୁଡି-ବି- ୧୭

ପିଡବ୍ଲ୍ଯୁଡି-ସି- ୧୮

ପିଡବ୍ଲ୍ଯୁଡି-ଡି- ୨

ଏସସି- ୭୮

ଏସଟି- ୩୫୯

ସାଧାରଣ ବର୍ଗଙ୍କ ପାଇଁ- ୧୧୬୭

ଆବେଦନ ଶୁଳ୍କ:

ସାଧାରଣ ବର୍ଗ, ଓବିସି ଏବଂ ପିଡବ୍ଲ୍ଯୁଏସ୍ ପୁରୁଷ ପାର୍ଥୀମାନଙ୍କ ପାଇଁ- ୧୦୦ ଟଙ୍କା

ସମସ୍ତ ମହିଳା ଏବଂ ଏସସୀ, ଏସଟି, ପିଡବ୍ଲ୍ଯୁଡି ପାର୍ଥୀମାନଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ।

ବୟସ ସୀମା:

ଆବେଦନକାରୀମାନଙ୍କ ବୟସ ସୀମା ନ୍ଯୁନତମ ୧୮ ବର୍ଷ ଏବଂ ଅଧିକତମ ୪୦ ବର୍ଷ ହୋଇଥିବ।

ଆବେଦନ କରିବା ତାରିଖ:

ଟଙ୍କା ଜମା କରିବା ଆରମ୍ଭ ତାରିଖ- ୫ ଅଗଷ୍ଟ ୨୦୧୯

ଟଙ୍କା ଜମା କରିବା ଶେଷ ତାରିଖ- ୭ ସେପ୍ଟମ୍ବର ୨୦୧୯

ଅନଲାଇନ ଆବେଦନ ଜମା କରିବା ଆରମ୍ଭ ତାରିଖ- ୫ ଅଗଷ୍ଟ ୨୦୧୯

ଅନଲାଇନ ଆବେଦନ ଜମା କରିବାର ଶେଷ ତାରିଖ- ୧୧ ସେପ୍ଟମ୍ବର ୨୦୧୯

ଶିକ୍ଷାଗତ ଯୋଗ୍ଯତା:

ଆବେଦନ କରିଥିବା ପାର୍ଥୀମାନେ କୌଣସି ମାନ୍ଯତା ପ୍ରାପ୍ତ ସଂସ୍ଥା କିମ୍ବା ବୋର୍ଡରୁ ୧୦ମ ପାସ୍ କରିଥିବେ। ଏହାବ୍ଯତୀତ ଅନ୍ଯ ପଦବୀରେ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ଯତା ପଦ ଅନୁସାରେ ନିର୍ଦ୍ଦାରିତ କରାଯାଇଛି।

ଏପରି କରନ୍ତୁ ଆବେଦନ:

ଇଛୁକ କିମ୍ବା ଯୋଗ୍ଯ ପାର୍ଥୀମାନେ ୱେବସାଇଡକୁ ଯାଇ ପ୍ରଥମେ ଦିଆଯାଇଥିବା ନୋଟିଫିକେସନକୁ ଡାଉନଲୋଡ କରି ପଢନ୍ତୁ। ସମସ୍ତ ସୂଚନା ପାଇସାରିବା ପରେ ୧୧ ସେପ୍ଟମ୍ବର ପୂର୍ବରୁ ଆଦେନ ପକ୍ରିୟା ଶେଷ କରନ୍ତୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.