Home ଅପରାଧ କ୍ରୁରତାର ଭିଡିଓ: ନିଳଗାଈକୁ ଜୀଅନ୍ତା ପୋତାଗଲା; ୪ ଦିନରେ ୩୦୦ଙ୍କୁ ଗୁଳି କରି ହତ୍ୟା!

କ୍ରୁରତାର ଭିଡିଓ: ନିଳଗାଈକୁ ଜୀଅନ୍ତା ପୋତାଗଲା; ୪ ଦିନରେ ୩୦୦ଙ୍କୁ ଗୁଳି କରି ହତ୍ୟା!

1192

ନୂଆଦିଲ୍ଲୀ: ବିହାରର ବୈଶାଳୀ ଜିଲ୍ଲାରେ ପଶୁଙ୍କ ପ୍ରତି ଚରମ କ୍ରୁରତାର ଘଟଣା ସାମ୍ନାକୁ ଆସିଛି।ଫସଲ ନଷ୍ଟ କରୁଥିବା କାରଣରୁ ନିଳଗାଈଙ୍କୁ ଗୁଳି କରି ହତ୍ୟା କରାଯାଉଛି।ଏଥିପାଇଁ ପେଶାଦାର ଶିକାରୀ ନିଯୁକ୍ତ ହୋଇଛନ୍ତି।ଗତ ୪ ଦିନ ଭିତରେ ୩୦୦ରୁ ଉର୍ଦ୍ଧ୍ବ ନିଳଗାଈଙ୍କୁ ହତ୍ୟା କରାଯାଇଛି।କୃଷକ ମାନଙ୍କର ଫସଲ ସୁରକ୍ଷିତ ରଖିବା ପାଇଁ ନିଳଗାଈଙ୍କୁ ହତ୍ୟା କରିବାକୁ ସରକାରୀ ଆଦେଶ ହୋଇଛି।

https://youtu.be/9fg6udAC8ik

ତେବେ,ବୈଶାଳୀରେ ଏକ ନିଳଗାଈର ହତ୍ୟା ଭିଡିଓ କ୍ରୁରତାର ସବୁ ସୀମା ଟପି ଯାଇଛି।ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି।ଏକ ଜୀବିତ ନିଳଗାଈକୁ ଜେସିବି ସାହାଯ୍ୟରେ ଏକ ଖାଲରେ ପକାଇଦେବା ପରେ ତା’ ଉପରେ ମାଟି ପକାଇ ତାକୁ ଜୀବନ୍ତ ପୋତି ଦିଆଯାଉଛି।ଏହି ନିଳ ଗାଈଟିକୁ ପ୍ରଥମେ ଗୁଳି ମରା ଯାଇଥିଲା।କିନ୍ତୁ ସେ ମରି ନଥିଲା, କେବଳ ଆହତ ହୋଇଥିଲା।ନିଳଗାଈକୁ ଗୁଳି ମାରିବା ପରେ ତାର ମୃତ୍ୟୁ ସୁନିଶ୍ଚିତ ଜାଣି ପୋତିବା ପ୍ରାବଧାନ ରହିଥିଲେ ମଧ୍ୟ ବନ୍ୟ ବିଭାଗ କର୍ମଚାରୀ ଅନେକ ନିଳଗାଈଙ୍କୁ ଜୀବନ୍ତ ପୋତି ଦେବାର ଅଭିଯୋଗ ହେଉଛି।ଭିଡିଓ ଭାଇରାଲ୍ ପରେ ଘଟଣାର ଯାଞ୍ଚ ହେବ ବୋଲି ଅଧିକାରୀ କହିଛନ୍ତି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.