Home ଜିଲ୍ଲା ପରିକ୍ରମା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

43

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଦିନକୁ ଦିନ ଏବେ ସଡକ ଦୁର୍ଘଟଣା ବଢିବାରେ ଲାଗିଛି। ଯାହାଫଳରେ ଭଦ୍ରକବାସୀ ରାସ୍ତାରେ ଯାତାୟତ ପାଇଁ ଭୟ କରୁଛନ୍ତି। ବିଶେଷକରି ଭଦ୍ରକରୁ ନଳାଙ୍ଗ କୋର୍ଟକୁ ଯାଉଥିବା ଓକିଲ, ମୋହରୀର, ଭେଣ୍ଡର ଓ ମହକିଲମାନେ ଭୟଭୀତ ଅବସ୍ଥାରେ ଯାଉଥିବାର ଦୃଶ୍ୟ ପରିଲକ୍ଷିତ ହୋଇଛି। ଭଦ୍ରକ ଜିଲାର ୧୬ନଂ ଜାତୀୟ ରାଜପଥ ୬ ଲାଇନ୍ କାର୍ଯ୍ୟ ଚାଲୁଅଛି। ଏହି ରାସ୍ତାକାର୍ଯ୍ୟ ଯୋଗୁଁ ସର୍ଭିସ୍ ରୋଡ୍ ଅଣଓସାରିଆ ହୋଇ ମର୍ମନ୍ତୁଦ ସଡକ ଦୁର୍ଘଟଣାର ମୁଖ୍ୟ କାରଣ ସାଜିଛି। ଆଜି ସେହିଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ଯୁବକ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଏକ ଯୁବକ ଗୁରୁତର ଆହତ ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି। ସୂଚନା ଅନୁସାରେ ବେତଡା ଗ୍ରାମପଞ୍ଚାୟତ ବିରିପଡା ଗ୍ରାମର ଦୁଇ ଯୁବକ ପ୍ରକାଶ ସାହୁ ଓ ଗୋବିନ୍ଦ ପାତ୍ର ଏକ ବାଇକ୍ ଯୋଗେ ଭଦ୍ରକ ଆସୁଥିଲେ।

ସେମାନେ ଗେଲପୁର-ଗୋପବନ୍ଧୁନଗର ଜାତୀୟ ରାଜପଥ ପାଶ୍ୱର୍ରେ ବାଇକ୍ ରଖି କଥାବାର୍ତ୍ତା ହେଉଥିବା ସମୟରେ ଭଦ୍ରକ ଦିଗକୁ ଆସୁଥିବା ଏକ ଆନ୍ଧ୍ରା ଟ୍ରକ୍ (ଯାହାର ନଂ ଏପି-୦୩ପି-୭୩୪୭) ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଯାହାଫଳରେ ପ୍ରକାଶଙ୍କର ଅନ୍ତବୁଜୁଳା ବାହାରି ପଡିଥିଲା ଓ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏବଂ ଗୋବିନ୍ଦ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଗୋବିନ୍ଦଙ୍କୁ ତୁରନ୍ତ ଭଦ୍ରକ ଜିଲା ମେଡିକାଲକୁ ଚିକିତ୍ସା ପାଇଁ ପଠାଇଦେଇଥିଲେ। ଟ୍ରକ୍‌ଟି ଧକ୍କା ଦେବା ଫଳରେ ସେମାନଙ୍କ ବାଇକ୍‌ଟି ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି। ଏହି ଘଟଣାରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିବାବେଳେ ପୁଲିସ୍ ଓ ସିଟି ଡିଏସ୍‌ପି ଘଟଣାସ୍ଥଳରେ ପହଞ୍ôଚ ସେମାନଙ୍କୁ ବୁଝାସୁଝା କରିଥିଲେ। ଏବଂ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଜବତ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଗତ ମାସକ ତଳେ ଆରଡିଛକ-ଗେଲପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ଯୁବକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ତିନିଦିନ ତଳେ ସେହି ଗେଲପୁର ନିକଟରେ ଏକ ୧୪ ଚକିଆ ଚିପ୍ସ ବୋଝେଇ ଟ୍ରକ୍ ଖସିପଡିଥିଲା। ଯାହାଫଳରେ ଦୁଇଜଣ ଯୁବକ ଗୁରୁତର ଆହତ ହୋଇ ଚିକିତ୍ସା ହେଉଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.