Home ଜିଲ୍ଲା ପରିକ୍ରମା ଶିକ୍ଷା ବିଭାଗରେ ଦୁର୍ନୀତି, ଇନ୍‌କ୍ରିମେଣ୍ଟ ବାବଦରେ ଶହେ ଟଙ୍କା ଦାବି କରୁଥିବା ନେଇ ଜିଲାପାଳଙ୍କ ନିକଟରେ...

ଶିକ୍ଷା ବିଭାଗରେ ଦୁର୍ନୀତି, ଇନ୍‌କ୍ରିମେଣ୍ଟ ବାବଦରେ ଶହେ ଟଙ୍କା ଦାବି କରୁଥିବା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ

65

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ଶିକ୍ଷା ବିଭାଗରେ ଦୁର୍ନୀତି ଚରମ ସୀମାରେ ପହଞ୍ôଚଛି। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନିୟମିତତା ଓ ଦୁର୍ନୀତିର ଚେର ଲମ୍ବିଛି। ଅଧିକାରୀ ଓ କର୍ମଚାରୀମାନେ ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଗୋଟିଏ ନିର୍ଦ୍ଦିଷ୍ଟ ହାଇସ୍କୁଲର ଜଣେ ପ୍ରଭାବଶାଳୀ କିରାଣୀଙ୍କୁ ଢାଲ କରି ବଦଳି, ପେନସନ, ଇନକ୍ରିମେଣ୍ଟ ଆଦି କାର୍ଯ୍ୟରେ ଶିକ୍ଷକମାନଙ୍କୁ ଲୁଟି ଚାଲିଛନ୍ତି। ଆପତ୍ତି ଅଭିଯୋଗ କଲେ ଶିକ୍ଷକମାନଙ୍କୁ ଆକ୍ରୋଶର ଶୀକାର ହେବାକୁ ପଡୁଛି। ପ୍ରଭାବଶାଳୀ ଶିକ୍ଷକ ଓ କିରାଣୀ ସ୍କୁଲରେ ନିଜ ଦାୟିତ୍ୱ ନିର୍ବାହ ନକରି ଦିନରାତି ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପଇଁତରା ମାରୁଛନ୍ତି। ଡିଇଓ ଅଫିସ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିବାର ଅଭିଯୋଗ ହେଉଛି। ଏମାନଙ୍କ ନିର୍ଦ୍ଦେଶ ବିନା ଅଫିସ୍‌ରେ ଫାଇଲ୍ କାମ ହୁଏନା। ଇନ୍‌କ୍ରିମେଣ୍ଟ ବାବଦକୁ ଡିଇଓ ଅଫିସ୍‌ର ଇନ୍‌କ୍ରିମେଣ୍ଟ ବାବଦକୁ ଧାମନଗର ବିଇଓ ଅଫିସ୍‌ର ଜଣେ ବଡବାବୁ ଦାବି କରୁଥିବା ନେଇ ଉକ୍ତ ଶିକ୍ଷକ ଆଜି ଜିଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ ଧାମନଗର ବ୍ଲକ୍‌ର ୩୦୦ ଏନଟିଏସ୍ (ନେସନାଲ ପେନସନ ସ୍କିମ୍‌) ଶିକ୍ଷକମାନଙ୍କ ଇନ୍‌କ୍ରିମେଣ୍ଟ (ଜାନୁଆରୀ ମାସ) ବାବଦରେ ବିଇଓ ଅଫିସ୍‌ର ବଡବାବୁ ପ୍ରତି ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ୧୦୦ ଟଙ୍କା ଲେଖାଏଁ ଦାବି କରୁଥିଲେ।

ଏଭଳି ପରିସ୍ଥିତିରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ୫୦ ଟଙ୍କା ଲେଖାଏଁ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ଶିକ୍ଷକ-ଶିକ୍ଷୟିତ୍ରୀମାନେ ବଡବାବୁ ଓ ଅନ୍ୟଜଣେ କିରାଣୀଙ୍କୁ ଇନ୍‌କ୍ରିମେଣ୍ଟ ଫର୍ମ ଦେବାରୁ ଏହି ଦୁଇ କର୍ମଚାରୀ ଫର୍ମ ଗ୍ରହଣ କରିନଥିଲେ। ପରେ ସଂପୃକ୍ତ ବ୍ଲକ୍‌ର ବିଇଓ ନଥିବାରୁ ଦାୟିତ୍ୱରେ ଥିବା ଏଡିଇଓଙ୍କୁ ବିନା ଅର୍ଥରେ ଶିକ୍ଷକମାନେ ସମସ୍ତ ଫର୍ମ ଦେଇଥିଲେ। ଏଡିଇଓ ଫର୍ମକୁ ଗୁଡିକ ଗ୍ରହଣ କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଲାନାହିଁ। କିନ୍ତୁ ଅଫିସ୍‌ର ବାହୁବଳୀ ବଡବାବୁ ଏଡିଇଓଙ୍କୁ ବେଖାତିର କରି ପୂର୍ବ ଜିଦ୍‌ରେ ଅଟଳ ରହିଥିଲେ। ଏଭଳି ପରିସ୍ଥିତିରେ କେତେକ ଶିକ୍ଷକ ୧୦୦ ଟଙ୍କା ବଡବାବୁଙ୍କୁ ଦେଇ ଗତ ୧ ତାରିଖରେ ଦରମା କରିନେଇଛନ୍ତି। ଯେଉଁ ଶିକ୍ଷକମାନେ ୧୦୦ ଟଙ୍କା ଦେବାକୁ ଅରାଜି ସେମାନଙ୍କ ଦରମା ଆଜି ଯାଏ ନହୋଇଥିବାର ଲିଖିତ ଅଭିଯୋଗ ପତ୍ରରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଫଳରେ ବହୁ ଶିକ୍ଷକ ଦରମା ନପାଇ ଦୁଃଖ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡିଛି। ସଂପୃକ୍ତ ବଡବାବୁ ୬ ବର୍ଷରୁ ଉର୍ଦ୍ଧ୍ୱ ଏହି ଅଫିସ୍‌ରେ ରହି ମନମାନୀ ଚଳାଇବା ସହ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ନାନା ଦୁର୍ବ୍ୟବହାର କରିଥିବାର ଅଭିଯୋଗ କରାଯାଇଛି। ଏବଂ ସଂପୃକ୍ତ ବଡବାବୁଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା, ରୂପକ କୁମାର ମିଶ୍ର, ସେକ୍ ସାମସୁଦ୍ଦିନ୍‌, ଗୋବିନ୍ଦ ମାଝୀ, ମୋଜାଫର ହୁସେନ ପ୍ରମୁଖ ଶିକ୍ଷକମାନେ ଜିଲାପାଳଙ୍କ ନିକଟରେ ଆଜି ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.