Home ଜିଲ୍ଲା ପରିକ୍ରମା ବାରିକପୁର ସରସ୍ୱତୀ ଶିଶୁମନ୍ଦିର ବାର୍ଷିକୋତ୍ସବ

ବାରିକପୁର ସରସ୍ୱତୀ ଶିଶୁମନ୍ଦିର ବାର୍ଷିକୋତ୍ସବ

16

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ବାରିକପୁରବଜାର ନିକଟ ବାଘମରା ସରସ୍ୱତୀ ଶିଶୁମନ୍ଦିର ବାର୍ଷିକୋତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୟାଧର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବକୁ ତହସିଲଦାର ସରୋଜକାନ୍ତ ନାୟକ ମୁଖ୍ୟଅତିଥି ଭାବେ ଉଦଘାଟନ କରିଥିଲେ। ଏଥିରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଡଃ ରାମଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତା, ସ୍ଥାନୀୟ ବିଡିଓ ଦେବଦତ୍ତ ଦାଶ ଓ ଗୋଷ୍ଠୀ ଶିକ୍ଷାଧିକାରୀ ଅଧିର କୁମାର ତରାଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶ ଦିଗରେ ବାର୍ଷିକୋତ୍ସବ ଅତ୍ୟନ୍ତ ଉପାଦେୟ ବୋଳି ମତବ୍ୟକ୍ତ କରିଥିଲେ। ଶିଶୁମନ୍ଦିର ପାଠ୍ୟକ୍ରମ ସଂସ୍କାରମୂଳକ ଓ ସୁନାଗରିକ ଗଠନରେ ଉପଯୋଗୀ ସାବ୍ୟସ୍ତ ହୋଇଛି ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଶିଶୁମନ୍ଦିରର ଶୈଖିକ, ସହଶୈଖିକ ଓ ବାର୍ଷିକ କ୍ରୀଡା ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶିଶୁମନ୍ଦିର ପ୍ରତିଷ୍ଠାତା ଉମାକାନ୍ତ ସାହୁ ଅତିଥି ପରିଚୟ ଓ ଅନ୍ୟତମ ପ୍ରତିଷ୍ଠାତା ଶିକ୍ଷକ ତ୍ରିଲୋଚନ କୁଣ୍ଡୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଉତ୍ସବ ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶିଶୁମାନଙ୍କ ଦ୍ୱାରା ପରିବେଶିତ ନାଟକ ‘ଯୋଗ୍ୟ ସନ୍ତାନ’ ମନଛୁଆଁ ହୋଇଥିଲା। କାର୍ଯ୍ୟକ୍ରମକୁ ଶିଶୁମନ୍ଦିର ଗୁରୁଜୀ, ଗୁରୁମା ଓ ଅଭିଭାବକମାନେ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.